www.samajalive.in
Monday, December 8, 2025
20.1 C
Bhubaneswar

କେନ୍ଦ୍ରସରକାରଙ୍କ ବିରୋଧରେ ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ

ରାମନାଗୁଡା: କେନ୍ଦ୍ର ସରକାରଙ୍କ କର୍ମଚାରୀ ମାରଣ ନୀତି ଓ ଅନ୍ୟାୟ ବିରୁଦ୍ଧରେ ଗ୍ରାମୀଣ ଡାକ ସେବକଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଯୋଗୁ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ଡାକ ସେବା ଏକପ୍ରକାର ଠପ୍ ହୋଇଯାଇଛି । ସ୍ବାଧୀନତାର ୭୭ବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ ଗ୍ରାମୀଣ ଡାକ ସେବକଙ୍କୁ କୌଣସି ପ୍ରକାର ସୁବିଧା ଯୋଗାଇ ଦିଆଯାଉନଥିବା ଅଭିଯୋଗ କରିବା ସହ ରାମନାଗୁଡାଠାରେ ତୃତୀୟ ଦିନରେ ପହଞ୍ଚିଛି ଧର୍ମଘଟ। ଗ୍ରାମୀଣ ଡାକ ସେବକ ସଂଘ ପକ୍ଷରୁ କର୍ମଚାରୀଙ୍କ ସମାନ କାମକୁ ସମାନ ବେତନ ସହ ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ ନିର୍ଘଣ୍ଟ ଦୈନିକ ୮ଘଣ୍ଟା ସ୍ଥିର କରାଯିବା, ୧୦୮ଟି ବାର୍ଷିକ ଛୁଟି, ଗ୍ରାମୀଣ ଡାକ ସେବକଙ୍କୁ ପେନସନ ପ୍ରଦାନ, ଗୋଷ୍ଠୀ ସ୍ୱାସ୍ଥ୍ୟ ବୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ୫ଲକ୍ଷ ଗ୍ରାଚୁଇଟି, ସେଭ ରାନ୍ସ, ୫ଲକ୍ଷ ଜି ଆଇ ଏସ ପ୍ରଦାନ, ସ୍ଥାୟୀ କର୍ମଚାରୀ ମାନ୍ୟତା, ପ୍ରତି ୧୨ ବର୍ଷରେ ଆର୍ଥିକ ପଦନ୍ନୋତି ସୁପାରିଶକୁ କାର୍ଯ୍ୟକାରୀ ଓ ଟାର୍ଗେଟ ନାମରେ କର୍ମଚାରୀଙ୍କ ଉପରେ ଅଧିକାରୀଙ୍କ ଜୁଲୁମ ବନ୍ଦ ଆଦି ଦୀର୍ଘ ଦିନରୁ ଦାବୀ କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ କରାଯାଇଛି।

ସେହିପରି କେନ୍ଦ୍ର ସରକାରଙ୍କ କର୍ମଚାରୀ ମାରଣ ନୀତି ଯୋଗୁ ଡାକ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଭାବେ ବିଭକ୍ତ କରି ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ କରାଯାଉଛି । ଏହାସହ ସବକା ସାଥ ସବକା ବିକାଶର ମିଛ ଡିଣ୍ଡିମ ପିଟୁଥିବା କେନ୍ଦ୍ର ସରକାର ସେମାନଙ୍କ ଦାବୀ ପୂରଣ ନକରିବା ଯାଏଁ ରାମନାଗୁଡା ବ୍ଲକ ମୁଖ୍ୟ ଡାକଘର ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଜାରି ରଖିବେ ବୋଲି ରାମନାଗୁଡା ଗ୍ରାମୀଣ ଡାକସେବକ ସଂଘ ସଭାପତି ବେଣୁଧର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ରାମନାଗୁଡା ଉପ ଡାକଘର ଅଧିନ ୧୫ଗୋଟି ଶାଖା ଡାକଘର ୩୦ଜଣରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ସମସ୍ତ ଗ୍ରାମୀଣ ଡାକସେବକମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଥିବାବେଳେ ଏହି ଧାରଣାରେ ଭାସ୍କର ରଥ, ମୋହନ ପୁରୁଷୋତ୍ତମ, ତ୍ରିପତି ସୁବୁଦ୍ଧି, ରବିନ୍ଦ୍ର ପୁରୁଷୋତ୍ତମ, ଶାନ୍ତିଲତା ବେହେରା, ରୂପାଲୀ ତ୍ରିପାଠୀ, ସୁନିତାରାଣୀ ପାଲଙ୍କ ସମେତ ଅନ୍ୟ ସମସ୍ତ ଡାକ କର୍ମଚାରୀ ଉପସ୍ଥିତ ଥିଲେ।।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories