www.samajalive.in
Wednesday, December 10, 2025
18.1 C
Bhubaneswar

ବ୍ଳକ ସ୍ତରୀୟ ଜୁନିଅର ରେଡକ୍ରସ ପ୍ରଶିକ୍ଷଣ ଓ ତାଲିମ ଶିବିର

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକ ସ୍ତରୀୟ ଜୁନିଅର ରେଡ଼କ୍ରସ ପ୍ରଶିକ୍ଷଣ ଓ ତାଲିମ ଶିବିର ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମୁଦାୟ ୨୦ ଗୋଟି ସ୍କୁଲର ୧୧୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ଏହାକୁ ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରାଣି କୁମ୍ଭାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ରବୀନ୍ଦ୍ର ସାହୁ,ପ୍ରଧାନ ଶିକ୍ଷକ ମନୋଜ ହରପାଲ,ପୂର୍ବତନ ଜିଲ୍ଲା ଶାରରୀକ ନିରୀକ୍ଷକ ତ୍ରିଲୋକ୍ୟ ନାୟକ, ଅବସରପ୍ରାପ୍ତ ଖେଳ ଶିକ୍ଷକ କିଶୋର ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ବ୍ଳକ କ୍ରୀଡା ସମ୍ପାଦକ ଲବ ସାହୁ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କାଉନସିଲର ଧର୍ମରାଜ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।

ଶିକ୍ଷୟତ୍ରୀ ପଦ୍ମାଳୟା ଭୋଇ, ସୁପ୍ରଭା ସାହୁ, ଅନିତା ପ୍ରଧାନ, ମାନସୀ ଦରଜି, ଆଶୁତୋଷ ବିଶ୍ୱାଳ, ବନ୍ଦନା ସାହୁ, ରଶ୍ମିତା ବାରିକ ପ୍ରମୁଖ ପ୍ରତିଯୋଗୀତାର ବିଚାରକ ଥିଲେ। ନୃତ୍ୟ, ସଙ୍ଗୀତ, ବକ୍ତୃତା, ରଚନା ଭଳି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଗୋଲାପ ଭୋଇ, ଶୁଭ୍ରାଂଶୁ ସାହୁ ,ପ୍ରମୋଦ ପ୍ରଧାନ, ନମିତା ଭୋଇ, ତନୁଜା ପାଢ଼ୀ ପମୁଖ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଧର୍ମରାଜ ପ୍ରଧାନ ଧନ୍ୟବାଦ ଦେଇଥିଲେ। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଥିବା ଜହ୍ନ।ପଡା ହାଇସ୍କୁଲ ଛାତ୍ରୀ ଗୁଞ୍ଜନ ପ୍ରଧାନ, ଲାଦେରପାଲି ଅରବିନ୍ଦ ସ୍କୁଲର ଦଳଗତ ନୃତ୍ୟ ଓ ସଙ୍ଗୀତ ସହିତ ସ୍ପଟ ପେଣ୍ଟିଙ୍ଗରେ ଶ୍ରୀଜିନା ପ୍ରଧାନ, ଅତାବିରା ବାଳକ ହାଇସ୍କୁଲର ଏମଡି ସାହାଦତ ଓ ଏମିତି ସାଇୟତ ,କାଦୋବାହାଲ ହାଇସ୍କୁଲର ଶୁଭସ୍ମିତା ଦାଶ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories