ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓ ସାଏଙ୍କ ନାଁରେ ମୋହର ବାଜିଛି।
ଛତିଶଗଡ଼ର ରାୟପୁରରେ ରବିବାର ନବ ନିର୍ବାଚିତ ୫୪ଜଣ ବିଧାୟକଙ୍କୁ ନେଇ ବୈଠକ କରାଯାଇଥିଲା। ଏହି ବୈଠକରେ ବିଷ୍ଣୁଦେଓଙ୍କୁ ରାଜ୍ୟ ଭାର ଦେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।
Comments are closed.