www.samajalive.in
Sunday, December 7, 2025
15.1 C
Bhubaneswar

ଯୁବକଙ୍କୁ ପନିକିରେ ହାଣି ହତ୍ୟା ଘଟଣା,  ମହିଳା ଗିରଫ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ବସଷ୍ଟାଣ୍ଡ ନିକଟ ପାତ୍ରସାହିରେ ଜଣେ ଯୁବକଙ୍କୁ ଗତ ୬ ତାରିଖ ରାତି ନୃଶଂସ ଭାବେ ହାଣି ହାଣି ହତ୍ୟା କରାଯାଇଥିଲା।  ମୃତ ଯୁବକ ଜଣକ ନିକଟସ୍ଥ ଖଣ୍ଟଘର ଗ୍ରାମର ଭାରତ ଭୂଷଣ ନାୟକ ଓରଫ ଛବି (୨୭) ବୋଲି ଜଣାପଡିଥିଲା। ଏହି ହତ୍ୟାକଣ୍ଡ ଘଟଣା ରେ ମୁଖ୍ୟ ଆସାମୀ ଢେଙ୍କିକୋଟ ପାତ୍ର ସାହିର ରଞ୍ଜିତା ନାଏକ (୩୬) କୁ ଘଟଗାଁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। କେସ ନମ୍ବର ୨୮୨/୨୩ ରୁଜୁ ସହ ୩୦୨/୩୪ ଆଇପିସି  ଧାରାରେ ରଞ୍ଜିତା ନାଏକୁ ଗିରଫ କରାଯାଇଛି। ଗିରଫ ପରେ ରଞ୍ଜିତାକୁ କୋର୍ଟ ଚାଲାଣ କରାଯାଇଥିବା ଘଟଗାଁ ଥାନାଧିକାରୀ ଅଞ୍ଜନ କୁମାର ପାତ୍ର ସୂଚନା ଦେଇଛନ୍ତି। ମୃତକଙ୍କ ପତ୍ନୀ ଖଣ୍ଟଘର ଗ୍ରାମର ଶକୁନ୍ତଳା ନାୟକ ତାଙ୍କ ସ୍ବାମୀଙ୍କୁ ରଞ୍ଜିତା ନାଏକ ଓ ଭୂବନ ଅଞ୍ଚଳର ବୀରେନ୍ଦ୍ର ସାହୁ ହତ୍ୟା କରିଥିବା ଘଟଗାଁ ଥାନାରେ ଅଭିଯୋଗ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories