www.samajalive.in
Sunday, December 7, 2025
15.1 C
Bhubaneswar

ସାମାଜିକ ଅସମାନତା ଗଣତନ୍ତ୍ର ପ୍ରତି ବିପଦ

ଆଠଗଡ: ଆଠଗଡ ସ୍ୱାଭିମାନ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଶନିବାର ୧୨ତମ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି। ସୂଚନା ଥାଉକି ୨୦୦୯ ମସିହା ନିର୍ବାଚନ ବେଳେ ଆଠଗଡର ବିଜୁ ଜନତା ଦଳ ପ୍ରାର୍ଥୀ ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରାର୍ଥୀପତ୍ର ବେଆଇନ ଭାବେ ନାକଚ କରାଯିବା ଫଳରେ ସେ ନିର୍ବାଚନ ଲଢିପାରି ନଥିଲେ। ଏହା ବିରୁଦ୍ଧରେ ସେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବାବେଳେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୨୦୧୧ ଡିସେମ୍ବର ୯ତାରିଖରେ ଐତିହାସିକ ରାୟରେ ପ୍ରାର୍ଥୀପତ୍ର ନାକଚକୁ ବେଆଇନ ଦର୍ଶାଇ ଆଠଗଡ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ସେହିଦିନଠାରୁ ଆଠଗଡ ସ୍ୱାଭିମାନ ଏକତା ମଞ୍ଚ ପ୍ରତିବର୍ଷ ଡିସେମ୍ବର ୯ତାରିଖରେ ସ୍ୱାଭିମାନ ଦିବସ ପାଳନ କରିଆସୁଛି।

ଏହି ଅବସରରେ ସ୍ୱାଭିମାନ ଏକତା ମଞ୍ଚର ସଭାପତି ବିଶିଷ୍ଟ ଶିକ୍ଷାବିତ୍‍ ହେମନ୍ତ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ‘ସାଂପ୍ରତିକ ପରିସ୍ଥିତିରେ ଭାରତୀୟ ସମ୍ବିଧାନ ଓ ବିଧି ବ୍ୟବସ୍ଥା’ ଶୀର୍ଷକ ଏକ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ତଥା ବିଶିଷ୍ଟ ହିନ୍ଦୀ କବି ଡଃ ସନ୍ଦିପ ଯାଦବ ଯୋଗଦେଇ ଉଗ୍ର ଜାତୀୟତାବାଦ ଓ ଉଗ୍ର ରାଷ୍ଟ୍ରବାଦର ଅଭ୍ୟୁତ୍ଥାନ ଯୋଗୁଁ ଆମ ଦେଶର ସମ୍ବିଧାନ ଆଜି ସଙ୍କଟାପନ୍ନ ହୋଇଛି ଏବଂ ସମ୍ବିଧାନର ୪ଟି ସ୍ତମ୍ବ ସେମାନଙ୍କର ସ୍ୱାଧୀନତା ହରାଇବାକୁ ଯାଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ସାମାଜିକ ଓ ଅର୍ଥନୈତିକ ଅସମାନତା ବୃଦ୍ଧି ପାଇବା ଦେଶର ଗଣତନ୍ତ୍ର ପାଇଁ ବିପଦ ଏବଂ ଏହା ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ସେ ମତପ୍ରକାଶ କରିଥିଲେ।

- Advertisement -

ଏଥିରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ବକାର ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ଦେଶର ସମ୍ବିଧାନ ସୁରକ୍ଷା ଲାଗି ଯୁବ ସମାଜ ଆଗେଇ ଆସିବା ପାଇଁ ଆହ୍ୱାନ ଜଣାଇଥିଲେ। ସାଧାରଣ ଜନତା ବିଶେଷକରି ଗରିବଗୁରୁବାଙ୍କ ବିଧାନସଭାରେ ସବୁବେଳେ ଶାଣିତ ସ୍ୱର ଉତ୍ତୋଳନ କରୁଥିବା ବିଧାୟକ ରଣେନ୍ଦ୍ରଙ୍କର ସ୍ୱରକୁ ଦବାଇ ଦେବା ପାଇଁ ଯେପରି ତାଙ୍କୁ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ଖୋଲା ଉଲ୍ଲଙ୍ଘନ କରି ନିର୍ବାଚନ ଲଢିବାରୁ ବଞ୍ôଚତ କରାଯାଇଥିଲା ବାସ୍ତବିକ ତାହା ନିନ୍ଦନୀୟ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। କାର୍ଯ୍ୟକାରୀ ସଭାପତି ଆଇନଜୀବୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରନେତା ମହମ୍ମଦ ଖଲିଦ୍‍, ରିଙ୍କୁ ପତ୍ରୀ, ହିମାଂଶୁ ଶେଖର ସ୍ୱାଇଁ ଓ ତୋଫାନି ସାମଲ ପ୍ରମୁଖ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ନିଜର ବକ୍ତବ୍ୟ ରଖିଥିଲେ। ଓକିଲ ସଂଘର ପୂର୍ବତନ ସଭାପତି ସତ୍ୟେନ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଆଇନଜୀବୀ ବିନୟ କୁମାର ଶୁକ୍ଳ ଧନ୍ୟବାଦ ଅର୍ପଣ କରିଥିଲେ।

ନିରାକାର ଲେଙ୍କା, ରଞ୍ଜନ ଜେନା ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ ରାଧାଗୋବିନ୍ଦପୁର ହନୁମାନ ମନ୍ଦିର ନିକଟରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ରଣେନ୍ଦ୍ର ସମର୍ଥକ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି କଲ୍ୟାଣ ମଣ୍ଡପଠାରେ ପହଞ୍ôଚ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories