କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଚଳିତ ମାସ୧୧ତାରିଖରେ ହେବାକୁ ଥିବା ୨୦୨୩ ଚଇତି ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ,ଚିତ୍ରଙ୍କନ ଓ ଭାଷଣ ପ୍ରତିଯୋଗିତା କରାଯାଇଥିବା ଦେଖିବାକୁ ମିଳିଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ କୁମାର ପଦାନ ଓ ବିଡ଼ିଓ ରାଜୀବ ଦାସଙ୍କ ନେତୃତ୍ୱରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ଡ୍ରାଇଭର ସଂଘ, ପଞ୍ଚାୟତ ସମିତିର କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମିଳିତରେ ମନ୍ଦିର ପରିସର, ରାସ୍ତାଘାଟ, ସାମାଜିକ ପରିସରରେ ସଫେଇ କରି ସମାଜକୁ ସ୍ୱଚ୍ଛତାର ବାର୍ତ୍ତା ଦେଇଛନ୍ତି।
ଏହା ପରେ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଦିବାସୀ କଳା ସଂସ୍କୃତି ଓ ପରମ୍ପରା ବିଷୟରେ ଭାଷଣ ଓ ଆଞ୍ଚଳିକ ରାୟଗଡାର ପର୍ଯ୍ୟଟନ ସ୍ଥଳୀର ଦୃଶ୍ୟ ଚିତ୍ରଙ୍କନ ପ୍ରତିଯୋଗିତା ସରକାରୀ ଉଚ୍ଚ ବିଦ୍ୟାଳୟରେ କରାଯାଇଛି।ଏଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଚଇତିରେ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି। ଏହାକୁ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ ,ସାଧନ ସଂଯୋଜକ ଦିନେଶ ହୁଈକା, ଧନେଶ୍ୱର ଜାନି, ସୀମାଞ୍ଚଳ କୌଶଲ୍ୟା ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନା କରିଥିଲେ।
୨୦୨୩ ଚଇତି ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଚିତ୍ରଙ୍କନ ଓ ଭାଷଣ ପ୍ରତିଯୋଗିତା
Popular Categories



