www.samajalive.in
Saturday, December 6, 2025
26.1 C
Bhubaneswar

ସ୍ୱପ୍ନରେ ଝାଡୁ ଦେଖୁଛନ୍ତି କି?

ବାସ୍ତୁ ଶାସ୍ତ୍ରରେ ଝାଡୁ ସହ ଜଡିତ କେତେକ ନିୟମ ରହିଛି। ଏହାକୁ ପାଳନ କରିବା ଦ୍ୱାରା ଜୀବନରେ ଅନେକ ବାଧାବିଘ୍ନ ଦୂର ହେବା ସହ ସୌଭାଗ୍ୟ ପ୍ରାପ୍ତି ଓ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଝାଡୁ ଉପରେ ଗୋଡ଼ ଲଗାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଝାଡୁକୁ ସଠିକ ନିୟମ ସହ ରଖିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି।
ଘରେ ଝାଡୁ ଓଲଟା ରଖିବା ଦ୍ୱାରା କଳହ ହୋଇଥାଏ।
ଝାଡୁକୁ ଘର ବାହାରେ, ଛାତ ଉପରେ ରଖିବା ଉଚିତ ନୁହେଁ।
ମାତ୍ର ଏହି ନିୟମର ସଠିକ ପାଳନ ନକରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି। ଧନହାନୀ ହେବା ସହ ବିିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।
କଦାପି ଭାଙ୍ଗି ଯାଇଥିବା ଝାଡୁର ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଅଯଥାରେ ଟଙ୍କା ପଇସା ଖର୍ଚ୍ଚ ହୋଇଥାଏ।
ନୂଆ ଝାଡୁ ସର୍ବଦା ମାସର କୃଷ୍ଣପକ୍ଷରେ ହିଁ କିଣନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିଥାଏ। ଶୁକ୍ଳପକ୍ଷରେ କିଣନ୍ତୁ ନାହିଁ।
କୃଷ୍ଣପକ୍ଷର ଶନିବାର ଦିନ ଝାଡୁ କିଣିବା ଶୁଭ। ଏହାଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।
ଘରେ ଝାଡୁ ସର୍ବଦା ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ। ଏହାକୁ ଐଶାନ୍ୟ କୋଣ କିମ୍ବା ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରକୁ ଧନଆଗମନ ହେବାରେ ସମସ୍ୟା ହୋଇଥାଏ।
ରୋଷେଇ ଘରେ କିମ୍ବା ଆଲମିରା ନିକଟରେ ଝାଡୁ ରଖିବା ଦ୍ୱାରା ଧନହାନୀ ହୋଇଥାଏ। ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ।
ସୂର୍ଯ୍ୟାସ୍ତ ପରେ ଘର ଝାଡୁ କରନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି। ସୂର୍ଯ୍ୟୋଦୟ ପରେ ଓ ସୂର୍ଯ୍ୟାସ୍ତ ପୂର୍ବରୁ ଝାଡୁ କରନ୍ତୁ।
ଝାଡୁକୁ ଘରର ଏପରି ସ୍ଥାନରେ ରଖନ୍ତୁ ଯେପରି ଏହା ସଭିଁଙ୍କ ନଜରରେ ଆସୁନଥିବ।
ଘରେ ଯଦି ଝାଡୁକୁ ଛୋଟ ଛୁଆ ହଠାତ ଧରି ଓଳାଇବାକୁ ଆରମ୍ଭ କରନ୍ତି ତେବେ ଜାଣିବେ କୌଣସି ଅତିଥି ଆପଣଙ୍କ ଘରକୁ ଆସିବେ।
ସ୍ୱପ୍ନରେ ଯଦି କେହି ନୂଆ ଝାଡୁ ଧରି ଠିଆ ହୋଇଥିବା ଦେଖିବାକୁ ମିଳେ, ଏହାକୁ ଶୁଭତ୍ୱର ପ୍ରତୀକ ବୋଲି କୁହାଯାଏ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories