www.samajalive.in
Tuesday, December 9, 2025
16.1 C
Bhubaneswar

ଅସହାୟ ୨ ପୀଡିତାଙ୍କୁ ଥଇଥାନ କଲା ଆଇନ ସେବା ପ୍ରାଧିକରଣ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୨ ଅସହାୟ ପୀଡିତାଙ୍କୁ ଥଇଥାନ କରାଯାଇଛି। ପ୍ରାଧିକରଣର ସରକାରୀ ଅଧିବକ୍ତା ମନୋଜ କୁମାର ମହାକୁଡ ଓ ରମେଶ ଚନ୍ଦ୍ର ନନ୍ଦ ଏହି ଦୁଇ ଅସହାୟ ପୀଡିତାଙ୍କୁ ଉଦ୍ଧାର କରିଛନ୍ତି। ଏହି ଦୁଇ ପୀଡିତା ସେମାନଙ୍କ ଭରଣପୋଷଣ ପାଇଁ ଅସମର୍ଥ ଥିଲେ। ଜିଲା ଆଇନ ସେବା ପ୍ରାଧିକରଣର ଏହି ଦୁଇ ଆଇନଜୀବୀ ଶ୍ରୀ ମହାକୁଡ ଓ ଶ୍ରୀ ନନ୍ଦ ଦରଖାସ୍ତ ମାଧ୍ୟମରେ ଥଇଥାନ ପାଇଁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ନିକଟରେ ଆବେଦନ କରିଥିଲେ।

ପ୍ରାଧିକରଣ ସଚିବ ମାମୀ ବେହେରା ଏହି ଦୁଇ ପୀଡିତାଙ୍କ ଘଟଣା ସମ୍ପର୍କରେ ଅବଗତ ହେବାପରେ ଶିଶୁ ସୁରକ୍ଷା କମିଟି ଓ ସଖୀ ୱାନ ଷ୍ଟପ୍‍ ସେଣ୍ଟର ସହ ଯୋଗାଯୋଗ କରିଥିଲେ। ସଚିବ ଶ୍ରୀମତୀ ବେହେରାଙ୍କ ପ୍ରତ୍ୟକ୍ଷ ଉଦ୍ୟମ ବଳରେ ଏହି ଦୁଇ ଅସହାୟ ପୀଡିତାଙ୍କୁ ଉଦ୍ଧାର କରାଯାଇ ବଣିଆପାଟସ୍ଥିତ ଓପନ ସେଲଟର ହୋମରେ ଥଇଥାନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories