www.samajalive.in
Monday, December 8, 2025
24.1 C
Bhubaneswar

୯ ଆଲମିରାରେ ୨୦୦ କୋଟି ; ମଦ ବ୍ୟବସାୟୀଙ୍କ ଟଙ୍କା ପାହାଡ ଦେଖି କାବା ଆୟକର ଟିମ୍‌‌

ଭୁବନେଶ୍ୱର : ମଦ ବ୍ୟବସାୟୀଙ୍କ ଟଙ୍କା ପାହାଡ ଦେଖି କାବା ହେଲା ଆୟକର ବିଭାଗ। ଏଯାଏଁ ଜବତ ହୋଇଥିବା ଟଙ୍କାକୁ ଗଣିବାକୁ ପ୍ରାୟ ୪ ରୁ ୫ ଦିନ ଲାଗିବ। ଏହାସହ ଆଲମିରାରେ ଥିବା ବିଡା ବିଡା ୫ ଶହ ଟଙ୍କିଆ ନୋଟ୍‌‌ ଜବତ ହୋଇଥିବା ବେଳେ ପ୍ରାୟ ୨୦୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି। ଜବତ ଟଙ୍କାକୁ ମେସିନ୍‌‌ ସାହାଯ୍ୟରେ ଗଣାଯାଉଛି। ପ୍ରାୟ ୯ଟି ଆଲମିରାରେ ଏହି ଟଙ୍କା ରଖାଯାଇଥିଲା।


ସୂଚନା ଅନୁଯାୟୀ, ମଦ ବ୍ୟବସାୟୀଙ୍କ ଘରେ ବୁଧବାର ଭଳି ଗୁରୁବାର ମଧ୍ୟ ଆୟକର ଟିମ୍‌‌ର ଚଢାଉ ଜାରି ରହିଛି। ରାଜ୍ୟର ମୋଟ ୬ଟି ସ୍ଥାନରେ ଚଢାଉ ଚାଲିଛି।

- Advertisement -

ଭୁବନେଶ୍ୱର, ସମ୍ବଲପୁର, ଟିଟିଲାଗଡ, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡରେ ମଧ୍ୟ ଚଢାଉ କରାଯାଉଛି। ସମ୍ବଲପୁର ଧନୁପାଲିର ଏକ ଦେଶୀ ମଦ ଭାଟିରେ ଚଢାଉ ଜାରି ରହିଛି। ଟିଟିଲାଗଡ ନେହେରୁ ନଗର ସ୍ଥିତ ୨ଟି ଘରେ ଚଢାଉ କରାଯାଉଛି। ଆୟକର ଫାଙ୍କି ଅଭିଯୋଗରେ ଆଇଟିର ଏହି ଚଢାଉ କରାଯାଉଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories