ଚୌଦ୍ୱାର: ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ମହାନ୍ ରାଷ୍ଟ୍ରନୀତିଜ୍ଞ, ବିଶିଷ୍ଟ ସାମ୍ବାଦିକ, ଲୋକ ସେବକ ମଣ୍ଡଳର ପୂର୍ବତନ ସଭାପତି ପଦ୍ମ ଭୂଷଣ ଡ. ରାଧାନାଥ ରଥଙ୍କ ୧୨୭ତମ ଜୟନ୍ତୀ ସ୍ଥାନୀୟ ଶିଶୁ ସଦନରେ ପାଳିତ ହୋଇ ଯାଇଛି। ସାମ୍ବାଦିକ ରମେଶ ଚନ୍ଦ୍ର ସାମଲଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରେସ୍କ୍ଲବ୍ର ସଭାପତି ଦାମୋଦର ସାହୁ ସ୍ୱର୍ଗତ ରଥଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରି ସେ ଜଣେ ସାକାରାତ୍ମକ ଚିନ୍ତାଧାରର ମଣିଷ ଭାବେ ମାନବ ସମାଜର କଲ୍ୟାଣ ଦିଗରେ ଜୀବନକୁ ଉତ୍ସର୍ଗ କରି ସମସ୍ତଙ୍କର ସ୍ମରଣୀୟ ହୋଇ ରହିଛନ୍ତି ବୋଲି ମତବ୍ୟକ୍ତ କରିବା ସହିତ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂଘର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁ, ଅଧ୍ୟାପକ ସୌରେନ୍ଦ୍ର ପଣ୍ଡା, କାଉନସିଲର ଆଶୁତୋଷ ଦାସ, ସାମ୍ବାଦିକ ପ୍ରକାଶ କୁମାର ନାୟକ, ସୁଧାକର ସାମନ୍ତରାୟ, ବିଶ୍ୱଜିତ ଭଞ୍ଜ, ଅଶୋକ କୁମାର ଦାସ, ବିମଳ କୁମାର ବେଉରା, ପ୍ରଦୀପ କୁମାର ଦାସ, ପରେଶ ଞ୍ଜେନ ଓଝା, ଅଲୋଖ ଚନ୍ଦ୍ର ମଲ୍ଲିକ, ଜୟଶ୍ରୀ ସ୍ୱାଇଁ, ଅମିତା ବଳ ସାମନ୍ତ, ଦେବେନ୍ଦ୍ର କୁମାର ପାତ୍ର ପ୍ରମୁଖ ସ୍ୱର୍ଗତ ରଥଙ୍କୁ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାରମ୍ଭରେ ଶିଶୁ ସଦନର ଅନ୍ତେବାସୀ ମାନଙ୍କଦ୍ୱାରା ସମୁହ ବେଦ ଅବୃତ୍ତି, ଗୀତାପାଠ, ସର୍ବଧର୍ମ ପ୍ରାର୍ଥନା, ଭଜନ ଆଦି ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Popular Categories



