www.samajalive.in
Monday, December 8, 2025
27.1 C
Bhubaneswar

କଥା ବଦଳାଇଲେ ସିଧୁ

ନୂଆଦିଲ୍ଲୀ : ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନବଜୋତ୍‍ ସିଂହ ସିଧୁ ଶୁକ୍ରବାର ଦେଇଥିବା ମନ୍ତବ୍ୟ ବଦଳାଇଛନ୍ତି। ତାଙ୍କର କରତାରପୁର ଗସ୍ତ ପ୍ରସଙ୍ଗରେ ବିବାଦକୁ ନେଇ ସିଧୁ ଶୁକ୍ରବାର କହିଥିଲେ ଯେ ‘ତାଙ୍କ କ୍ୟାପ୍‍ଟେନ୍‍ ହେଉଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ମୁଖ୍ୟମନ୍ତ୍ରୀ କ୍ୟାପ୍‍ଟେନ୍‍ ଅମରିନ୍ଦରଙ୍କ ଉପରେ ବି ସେ କ୍ୟାପ୍‍ଟେନ୍‍। ରାହୁଲଙ୍କ ଅନୁମତିକ୍ରମେ ସେ ପାକିସ୍ତାନ ଯାଇଥିଲେ।’ ଏହାର ୨୪ଘଣ୍ଟା ନ ଯାଉଣୁ ଗସ୍ତ ସମ୍ପର୍କରେ ରାହୁଲଙ୍କ ନାଁ ନେବା ନେଇ ବିବାଦ ସୃଷ୍ଟିହୋଇଥିଲା। ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା, ଶଶୀ ଥରୁର ଓ ହରିଶ ରାୱତ ପ୍ରମୁଖ ସିଧୁଙ୍କୁ ସମାଲୋଚନା କରିବାରୁ ସେ କଥା ବଦଳାଇଛନ୍ତି। ‘ସାରା ବିଶ୍ୱବାସୀ ଜାଣିଛନ୍ତି ଯେ ବନ୍ଧୁ ଇମ୍ରାନଙ୍କ ନିମନ୍ତ୍ରଣ ରକ୍ଷାପୂର୍ବକ ସେ ପାକିସ୍ତାନ ଯାଇଥିଲେ। ଏଥିନେଇ ରାହୁଲଙ୍କ ନିର୍ଦେଶ କିମ୍ବା ଅନୁମତି ନ ଥିଲା। ଏ ସମ୍ପର୍କରେ ସେ ରାହୁଲଙ୍କୁ ପଚାରି ନ ଥିଲେ। ମୋ ମନ୍ତବ୍ୟର କଦର୍ଥ କରା ନ ଯାଉ’ ବୋଲି ସିଧୁ କହିଛନ୍ତି। ଦଳର କେନ୍ଦ୍ରୀୟ ନେତାଙ୍କୁ ବାଦ ଦେଲେ ପ୍ରାୟ ୨୦ଜଣ ବରିଷ୍ଠ ନେତା ତାଙ୍କ ପାକିସ୍ତାନ ଗସ୍ତକୁ ସମର୍ଥନ କରିଥିଲେ ବୋଲି ସିଧୁ କହିଛନ୍ତି। ‘ମୁଖ୍ୟମନ୍ତ୍ରୀ ଅମରିନ୍ଦର ମୋର ପିତୃତୁଲ୍ୟ। ତାଙ୍କୁ ମୁଁ ନିମନ୍ତ୍ରଣ ରକ୍ଷା କରିବା ପାଇଁ ଇମ୍ରାନଙ୍କୁ କଥା ଦେଇଥିବା ବିଷୟ ଜଣାଇଥିଲି’ ବୋଲି ସେ କହିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories