www.samajalive.in
Monday, December 8, 2025
20.1 C
Bhubaneswar

ତମ୍ବା ବାସନରେ ଏସବୁ ଖାଉଛନ୍ତି କି ?

ତମ୍ବା ବାସନରେ ଭୋଜନ ଓ ପାତ୍ରରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି କୁହାଯାଏ। ମାତ୍ର ତମ୍ବା ବାସନରେ କେଉଁ ଖାଦ୍ୟ ଖାଇବା ଉଚିତ ଓ ଅନୁଚିତ୍‌‌ ତାହା ମଧ୍ୟ ଜାଣିବା ନିତାନ୍ତ ଆବଶ୍ୟକ। ବହୁ ଲୋକେ ନିଜ ଘରେ ତମ୍ବା ବାସନର ବ୍ୟବହାର କରିଥାଆନ୍ତି। ମାତ୍ର ଏହାକୁ ବ୍ୟବହାର କରିବାରେ କିଛି ନିୟମ ରହିଛି। ସେହି ନିୟମକୁ ମାନି ଏହାର ବ୍ୟବହାର ନକଲେ ଏଥିରେ ଥିବା କେମିକାଲ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ମୁଖ୍ୟତଃ ଏପରି କିଛି ଖାଦ୍ୟ ଅଛି ଯାହାକୁ ତମ୍ବା ପାତ୍ରରେ ରଖିବା ଦ୍ୱାରା ଏହା ସ୍ୱାସ୍ଥ୍ୟର କ୍ଷତି କରିଥାଏ। ତମ୍ବାରେ କପର ଧାତୁ ରହିଥାଏ, ଯାହା ଖାଦ୍ୟରେ ମିଶିବା ଫଳରେ ତାହା ବିଷାକ୍ତ ହୋଇଯାଏ। ସେହି ଖାଦ୍ୟକୁ ଖାଇବା ପରେ ବଦହଜମି ଓ ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଜାଣନ୍ତୁ କେଉଁ ଖାଦ୍ୟ ତମ୍ବା ବାସରେ ରଖି ଖାଇବା ଉଚିତ ନୁହେଁ..
ଆଚାର, ଦହି ଓ ଲେମ୍ବୁରସ –
ଏହି ସମସ୍ତ ଖାଦ୍ୟକୁ ତମ୍ବା ବାସନରେ ରଖିବା ଉଚିତ ନୁହେଁ। ତମ୍ବା ବାସନରେ ଆଚାର ରଖି ଖାଇବା ଦ୍ୱାରା ପେଟରେ ଜଳାପୋଡା, ଏସିଡିଟି,ବଦହଜମି ହୋଇଥାଏ।
ଦହି ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ। ମାତ୍ର ତମ୍ବା ପାତ୍ରରେ ରଖିବା ପରେ ଏହାର ସ୍ୱଭାବ ବିପରୀତ ହୋଇଯାଏ। କ୍ଷୀର କିମ୍ବା କ୍ଷୀରରୁ ପ୍ରସ୍ତୁତ କୌଣସି ଜିନିଷକୁ ତମ୍ବା ପାତ୍ରରେ ରଖନ୍ତୁ ନାହିଁ। ଏହାର ପୋଷକ ତତ୍ତ୍ୱ ମଧ୍ୟ ନଷ୍ଟ ହୋଇଯାଏ।

ଆଚାରରେ ଥିବା ସିରକା, ଲେମ୍ବୁ ରସରେ ଥିବା ସାଇଟ୍ରିକ ଏସିଡ଼, ଦହିରେ ଥିବା ଲାକଟିକ ଏସିଡ଼ ତମ୍ବା ସହ ମିଶି ବିଷାକ୍ତ ହୋଇଯାଏ। ତେଣୁ ଏହି ସମସ୍ତ ଖାଦ୍ୟଦ୍ରବ୍ୟକୁ ତମ୍ବା ବାସନରେ ରଖିବା କିମ୍ବା ଖାଇବା ଉଚିତ ନୁହେଁ।
ଫଳ–
ତମ୍ବା ପାତ୍ରରେ କୌଣସି ପ୍ରକାରର ଖଟା ଫଳ ରଖନ୍ତୁ ନାହିଁ। ସେଓ, ସପୁରୀ, ଡ଼ାଳିମ୍ବ, ଆମ୍ବ ଇତ୍ୟାଦି ଫଳକୁ ତମ୍ବା ପାତ୍ରରେ ରଖନ୍ତୁ ନାହିଁ। ତମ୍ବା ପାତ୍ରରେ ଏହି ସମସ୍ତ ଫଳକୁ ରଖି ଖାଇବା ପରେ ବାନ୍ତି ହେବା, ମୁଣ୍ଡ ବୁଲାଇବା, ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।
କ୍ଷୀର –
ଥଣ୍ଡା କିମ୍ବା ଗରମ କ୍ଷୀରକୁ ତମ୍ବା ପାତ୍ରରେ ରଖିବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ।

- Advertisement -

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories