www.samajalive.in
Monday, December 8, 2025
20.1 C
Bhubaneswar

ସାମ୍ନାକୁ ଆସିଲା ‘ଫାଇଟର’ର ନୂଆ ପୋଷ୍ଟର; ଦମ୍‌ଦାର ଅବତାରରେ ଅନିଲ କପୁର

ମୁମ୍ବଇ: ସୁପରଷ୍ଟାର ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନ ଅଭିନୀତ ‘ଫାଇଟର’ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଦର୍ଶକ ଉତ୍ସାହର ସହ ଏହି ଆକ୍ସନ ଫିଲ୍ମକୁ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମରୁ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଲୁକ୍ ପୋଷ୍ଟର ରିଲିଜ ହୋଇଥିଲା। ତେବେ ଦର୍ଶକଙ୍କ ଉତ୍ସାହ ବଢାଇବା ପାଇଁ ବୁଧବାର ‘ଫାଇଟର’ରୁ ଅନିଲ କପୁରଙ୍କ ଲୁକ୍‌ର ଏକ ନୂଆ ପୋଷ୍ଟର ରିଲିଜ ହୋଇଛି। ପୋଷ୍ଟରରେ କ୍ୟାପ୍ଟେନ ରାକେଶ ଜୟ ସିଂହଙ୍କ ଭୂମିକାରେ ଅନିଲ କପୁରଙ୍କ ଦମ୍‌ଦାର ଅବତାର ଦେଖିବାକୁ ମିଳିଛି। ଅନିଲ କପୁର ସାମାଜିକ ଗଣମାଧ୍ୟମରେ ଫିଲ୍ମରୁ ତାଙ୍କ ଲୁକ୍‌ ଶେୟାର କରିଛନ୍ତି। ଏଥିସହ ଏହା ଜାନୁଆରୀ ୨୫ରେ ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି।

 

View this post on Instagram

 

A post shared by anilskapoor (@anilskapoor)


ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ବାରା ନିର୍ଦେଶିତ  ‘ଫାଇଟର’ ମାଧ୍ୟମରେ ପ୍ରଥମ ଥର ପାଇଁ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। ଉଭୟଙ୍କୁ ଏକାଠି ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories