www.samajalive.in
Monday, December 8, 2025
17.1 C
Bhubaneswar

ପୂଜ୍ୟ ରାଧାନାଥ ଥିଲେ ଗୁରୁଶିଷ୍ୟ ପରମ୍ପରାର ଶ୍ରେଷ୍ଠ ନିଦର୍ଶନ

ଗୁରୁଡିଝାଟିଆ – ପଦ୍ମଭୂଷଣ ଡଃ ରାଧାନାଥ ରଥ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଗୁରୁ ପ୍ରଦର୍ଶିତ ମାର୍ଗରେ ନିଜକୁ ପରିଚାଳିତ କରିଥିଲେ । କ୍ଷମତାର ଶୀର୍ଷରେ ଥିଲେ ମଧ୍ୟ ରାଜର୍ଶୀ ଜନକଙ୍କ ପରି ସେ ଥିଲେ ନିର୍ଲିପ୍ତ । ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । ଅନ୍ୟାୟ,ଅନୀତି ବିରୋଧରେ ଲେଖନୀ ଚାଳନା କରି ନିଜର ସ୍ୱତନ୍ତ୍ରତା ସୃଷ୍ଟି କରିଥିଲେ । ବାସ୍ତବରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଡଃ ରାଧାନାଥ ରଥ ଥିଲେ ପଟ୍ଟଶିଷ୍ୟ ବୋଲି କଖଡି ବାବା ବାଂଛେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ବାବୁଜୀଙ୍କ ୧୨୬ତମ ଜୟନ୍ତୀ ଉତ୍ସବରେ ଲୋକ ସେବକ ମଣ୍ଡଳ ଓଡିଶା ଶାଖାର ଅଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ପଣ୍ଡିତ ନିରଞ୍ଜନ ରଥ ଉପରୋକ୍ତ ମତପ୍ରକାଶ କରିଥିଲେ ।

କଖଡି ମହାନଦୀ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ମନ୍ଦିର ପରିଚଳାନା କମିଟିର ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ପଣ୍ଡିତ ଶ୍ରୀ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, ବାବୁଜୀ ଥିଲେ ଯୁଗଷ୍ରଷ୍ଟା । ଉକ୍ରଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରେଷ୍ଠ କୃତୀ । ସେଥିପାଇଁତ ବାବୁଜୀଙ୍କ ପରଲୋକ ପରେ ଆଉଜଣେ ବାବୁଜୀ ସୃଷ୍ଟି ହୋଇପାରିନାହାନ୍ତି । ମୁଖ୍ୟମନ୍ତ୍ରୀ ପଦକୁ ମଧ୍ୟ ବିନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରି ନିଜ ତ୍ୟାଗର ଜ୍ୱଳନ୍ତ ନିଦର୍ଶନ ଉତ୍ତରପୀଢିଙ୍କ ପାଇଁ ଛାଡିଯାଇଛନ୍ତି । ବନ୍ୟା, ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଭାବୀ ବିପନ୍ନଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢାଇ ସେମାନଙ୍କ ମୁହଁରେ ହସ ଫୁଟାଇବାରେ ସେ ପାଆନ୍ତି ଅଫୁରନ୍ତ ଆନନ୍ଦ ବୋଲି ଶ୍ରୀ ରଥ କହିଥିଲେ ।

- Advertisement -

କଟକ,ଜଗତସିଂହପୁର ସହରାଞ୍ଚଳ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ହେମନ୍ତ କୁମାର ସ୍ୱାଇଁ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବାବୁଜୀଙ୍କ ଭଳି ଭଲ ଓ ବଡ ମଣିଷ ହୋଇ ଦେଶ ଓ ଜାତିର ନାଁ ରଖିବା ସହିତ ଅନ୍ୟପାଇଁ ଉଦାହରଣ ପାଲଟିବା ନିମନ୍ତେ ଉପସ୍ଥିତ ବିଦ୍ୟାର୍ଥୀଙ୍କୁ କହିଥିଲେ । ଶିକ୍ଷାବିତ୍‌ ରାଜକିଶୋର ଖଟୁଆ,ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଖଟୁଆ, ଯୁକ୍ତ୨ ମହାବିଦ୍ୟାଳୟ ଅଧ୍ୟକ୍ଷ ରଣଜିତ୍‌ ସ୍ୱାଇଁ, ଧବଳେଶ୍ୱର ସେବା ସଂସ୍ଥାର ସଭାପତି କିରଣ ବିହାରୀ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ  ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories