www.samajalive.in
Tuesday, December 9, 2025
15.1 C
Bhubaneswar

୪୧ ଶ୍ରମିକ ସୁରକ୍ଷିତ ଉଦ୍ଧାର ପରେ କହିଲେ ରାଷ୍ଟ୍ରପତି – ସେମାନଙ୍କ ଧୈର୍ଯ୍ୟ ଓ ସ୍ଥିରତାକୁ ସାଲ୍ୟୁଟ

ଡେସ୍କ: ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ସିଲକ୍ୟାରା ସୁଡ଼ଙ୍ଗରୁ ସମସ୍ତ ୪୧ ଜଣ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଟ୍ୱିଟ କରି କହିଛନ୍ତି, ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ଧୈର୍ଯ୍ୟ ଓ ସ୍ଥିରତାକୁ ଦେଶ ସାଲ୍ୟୁଟ କରୁଛି।

ସେ ଟ୍ୱିଟରରେ ପୋଷ୍ଟ କରିଛନ୍ତି, ‘ଉତ୍ତରାଖଣ୍ଡର ଏକ ସୁଡ଼ଙ୍ଗରେ ଫସି ରହିଥିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ବୋଲି ଜାଣି ମୁଁ ଆନନ୍ଦ ଅନୁଭବ କରୁଛି। ଯେହେତୁ ଉଦ୍ଧାର କାର୍ଯ୍ୟ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲା, ୧୭ ଦିନ ମଧ୍ୟରେ ସେମାନେ ସହିଥିବା ଯନ୍ତ୍ରଣା, ମାନବ ଧୈର୍ଯ୍ୟର ପ୍ରମାଣ ଅଟେ। ଦେଶ ସେମାନଙ୍କ ସ୍ଥିରତାକୁ ସମ୍ମାନ ଜଣାଉଛି।’

- Advertisement -

ଘରଠାରୁ ବହୁ ଦୂରରେ ଦେଶର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ସେମାନଙ୍କ ଭୂମିକାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଏହି ଉଦ୍ଧାର କାର୍ଯ୍ୟରେ ଯେଉଁମାନେ ଅବିଶ୍ୱସନୀୟ ଭାବେ ଓ ସଂକଳ୍ପ ସହିତ କାର୍ଯ୍ୟ କରିଛନ୍ତି, ରାଷ୍ଟ୍ରପତି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ସିଲକ୍ୟାରା ସୁଡ଼ଙ୍ଗରେ ୧୭ ଦିନ ହେବ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେହି ୪୧ ଜଣ ଶ୍ରମିକ ସୁସ୍ଥ ଥିବା ଜଣାପଡିଛି। କେନ୍ଦ୍ର ସରକାର, ଉତ୍ତରାଖଣ୍ଡ ସରକାର, ୫ଟି ମନ୍ତ୍ରାଳୟ, ଭାରତୀୟ ସେନା, ଏନଡିଆରଏଫ, ଏସଡ଼ିଆରଏଫ, ସ୍ଥାନୀୟ ପୁଲିସ ପ୍ରଶାସନ, ସରକାରୀ ଓ ବେସରକାରୀ ସଂସ୍ଥାର ଅକ୍ଲାନ୍ତ ଉଦ୍ୟମ ସଫଳ ହୋଇଛି ଯାହା ଫଳରେ ୪୧ଟି ଅମୁଲ୍ୟ ଜୀବନ ପୁଣି ନିଜ ପରିବାର ସହ ଏକ ହୋଇଛନ୍ତି। ସେହି ଶ୍ରମିକମାନେ ସୁଡ଼ଙ୍ଗ ଭିତରୁ ବାହାରକୁ ଆସିବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଓ କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭି କେ ସିଂହ ସେମାନଙ୍କ ସହ କଥା ହୋଇଛନ୍ତି ଓ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।


ଚଳିତ ମାସ ନଭେମ୍ବର ୧୨ରେ ସିଲକ୍ୟାରା ସୁଡ଼ଙ୍ଗର ୬୦ ମିଟର ଅଂଶ ଭୁଶୁଡି ପଡିବା ଫଳରେ ୪୧ ଜଣ ଶ୍ରମିକ ନିର୍ମାଣାଧୀନ ସୁଡ଼ଙ୍ଗ ଭିତରେ ରହିଯାଇଥିଲେ। ସମସ୍ତ କଳ୍ପନାଜଳ୍ପନାର ଶେଷ ଘଟିଥିଲା ଆଜି ସନ୍ଧ୍ୟା ୭ଟା ୫ମିନିଟ ସମୟରେ ଯେତେବେଳେ ପ୍ରଥମ ଶ୍ରମିକ ପାଇପ ମଧ୍ୟ ଦେଇ ବାହାରକୁ ଆସିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories