www.samajalive.in
Tuesday, December 9, 2025
16.1 C
Bhubaneswar

ବିଶ୍ୱ ଶାନ୍ତି ଓ ପ୍ରଗତିରେ ନୂଆ ଅଧ୍ୟାୟ ଆରମ୍ଭ କରିବେ ‘ଜୟ’: ମୋଦୀ

ବୋଏନୋସ ଏୟାରେସ୍‍: ବିଶ୍ୱ ଶାନ୍ତି ଓ ପ୍ରଗତି ଦିଗରେ ଜାପାନ୍‍-ଆମେରିକା-ଭାରତର ମିଳିତ ପଦକ୍ଷେପ ସଫଳତା ଆଣିବ। ଜି୨୦ ଶିଖର ସମ୍ମିଳନୀରେ ତ୍ରିପାକ୍ଷିକ ମିଳିତ ବୈଠକରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଛନ୍ତି। ତିିନି ଦେଶର ଇଂରାଜୀ ପ୍ରଥମ ଅକ୍ଷରକୁ ନେଇ ମୋଦୀ ‘ଜୟ’(ଜାପାନ୍‍ର ‘ଜେ’, ଆମେରିକାର ‘ଏ’ଓ ଇଣ୍ଡିଆ ବା ଭାରତର ‘ଆଇ’)ର ଉଦ୍‍ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ‘ଜୟ’ ସଫଳତାର ପ୍ରତୀକ। ବିଶ୍ୱ ଶାନ୍ତି, ପ୍ରଗତି ଓ ସ୍ଥିରତା ଦିଗରେ ତିନି ଗଣତାନ୍ତ୍ରିକ ରାଷ୍ଟ୍ରର ମିଳିତ ପଦକ୍ଷେପ ନିଶ୍ଚିତ ସଫଳତା ଆଣିବ। ତିନି ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ଲକ୍ଷ୍ୟ ଓ ଚିନ୍ତାଧାରା ସମାନ। ଏବେ ତିିନି ରାଷ୍ଟ୍ର ମିଳିତ ଭାବେ କାମ କରିବାର ସୁଯୋଗ ଆସିଛି।
ବୈଠକରେ ଭାରତର ସଂସ୍କାର ଓ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ପ୍ରଶଂସା କରିଥିବା ବୈଦେଶିକ ବ୍ୟାପାର ସଚିବ ବିଜୟ ଗୋଖ୍‍ଲେ କହିଛନ୍ତି। ସେହିପରି ଏସୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି ଓ ସହାବସ୍ଥାନ ସମ୍ପର୍କରେ ତିନି ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
ବିଶ୍ୱ ଅର୍ଥନୀତି ଓ ମହିଳା ସଶକ୍ତୀକରଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ୨୦ ଶିଖର ବୈଠକରେ ନିଜ ମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏଥିସହିତ ଅର୍ଥନୈତିକ ଅପରାଧୀ ପଳାତକ ପ୍ରସଙ୍ଗରେ ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ୯ ସୂତ୍ରୀ ଯୋଜନା ଉପସ୍ଥାପନ କରିଛନ୍ତି। ଆନ୍ତର୍ଜାତିକ ବାଣିଜ୍ୟ ଆନ୍ତର୍ଜାତିକ ବିତ୍ତୀୟ ଓ ଟିକସ ବ୍ୟବସ୍ଥା ଶୀର୍ଷକ ଆଲୋଚନାଚକ୍ର ଅବସରରେ ମୋଦୀ ଉପରୋକ୍ତ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories