www.samajalive.in
Sunday, December 7, 2025
23.1 C
Bhubaneswar

ଘରର ମୁଖ୍ୟଦ୍ବାରରେ ଆମ୍ବ ପତ୍ର ଲଗାଇବାର କାରଣ

ହିନ୍ଦୁ ଧର୍ମରେ ଆସ୍ଥା ରଖିଥିବା ବ୍ୟକ୍ତିମାନେ ଆମ୍ବ ବୃକ୍ଷକୁ ଅନେକ ଶୁଭ ବୋଲି ଭାବିଥାଆନ୍ତି। ଏହି ବୃକ୍ଷକୁ ପୂଜା କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ଆମ୍ବ ବୃକ୍ଷକୁ ପୂଜା କରିବା ସହ ଏହାର ଫଳ, କାଠ, ପତ୍ର ଅନେକ କାମରେ ଲାଗିଥାଏ। କିଛି ବ୍ୟକ୍ତି ନିଜ ଘରର ମୁଖ୍ୟଦ୍ବାର ସମ୍ମୁଖରେ ଆମ୍ବ ପତ୍ର ଲଗାଇଥାଆନ୍ତି। ଆସନ୍ତୁ ଜାଣିବା ଏପରି କରିବାର କାରଣ କ’ଣ ..

କୁହାଯାଇଛି ଯେ, ଘରର ମୁଖ୍ୟଦ୍ବାର ସମ୍ମୁଖରେ ଆମ୍ବ ପତ୍ରର ତୋରଣ ଲଗାଇବା ଦ୍ବାରା ନକରାତ୍ମକ ଶକ୍ତି ହ୍ରାସ ହୋଇଥାଏ। ଏହାସହ ସକରାତ୍ମକ ଶକ୍ତି ଆମ୍ବ ପତ୍ର ସହ ଗୃହ ମଧ୍ୟକୁ ପ୍ରବେଶ କରିଥାଏ। ଏହାଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ଏକତା ରହିବା ସହ ସୁଖଶାନ୍ତିରେ ବାସ କରିଥାଆନ୍ତି। ଘରର ମୁଖ୍ୟଦ୍ବାରରେ ଆମ୍ବ ପତ୍ରର ତୋରଣ ଲଗାଇବା ଦ୍ବାରା ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ। ଏହାଦ୍ବାରା ପରିବାର ସଦସ୍ୟଙ୍କୁ ସର୍ବଦା ଶୁଭ ଖବର ମଧ୍ୟ ମିଳିଥାଏ।

- Advertisement -

ଆମ୍ବକୁ ପ୍ରଭୁ ହନୁମାନଙ୍କର ପ୍ରିୟ ଫଳ ମଧ୍ୟ କୁହାଯାଇଛି। ଆମ୍ବ ଗଛ ଲଗାଇବା ଦ୍ବାର ପ୍ରଭୁ ହନୁମାନ ଅଧିକ ପ୍ରସନ୍ନ ହୋଇଥାଆନ୍ତି। ଏହାସହ ଶୁଭ କାର୍ଯ୍ୟରେ ଆମ୍ବ ପତ୍ର ବ୍ୟବହାର କରିବା ଦ୍ବାରା ମଧ୍ୟ ପ୍ରଭୁ ହନୁମାନଙ୍କ କୃପା ଲାଭ ହୋଇଥାଏ। ଯେକୌଣସି ଧାର୍ମିକ କାର୍ଯ୍ୟରେ ଆମ୍ବର ଡାଳ ମଧ୍ୟ ବ୍ୟବହାର କରାଯାଇଥାଏ।

 

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories