www.samajalive.in
Monday, December 8, 2025
17.1 C
Bhubaneswar

ଶୁଦ୍ଧ ବିଚାର ଦ୍ୱାରା ହିଁ ସ୍ୱୟଂ ସମ୍ପୂର୍ଣ୍ଣ ସମାଜ ଗଠନ ସମ୍ଭବ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗରେ ବିଂଶତମ ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ ବକୃତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାମକୃଷ୍ଣ ମିଶନ ସାଂସ୍କୃତିକ ପ୍ରତିଷ୍ଠାନର ସମ୍ପାଦକ ସ୍ୱାମୀ ସୁପର୍ଣ୍ଣାନନ୍ଦ ମହାରାଜ ବିଂଶତମ ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ‘ଏକ ସ୍ୱାଧୀନ, ସମଭାବାପନ୍ନ ଓ ଶୁଦ୍ଧ ସମାଜ ଗଠନରେ ବ୍ୟକ୍ତିର ବ୍ୟକ୍ତିତ୍ୱ’ ଶୀର୍ଷକ ସ୍ମାରକୀ ବକୃତା ପ୍ରଦାନ କରିଥିଲେ। ସ୍ୱାମୀ ସୁପର୍ଣ୍ଣାନନ୍ଦ ମହାରାଜ କହିଥିଲେ ଯେ ଶୁଦ୍ଧ ବିଚାର ଦ୍ୱାରା ହିଁ ସ୍ୱୟଂ ସମ୍ପୂର୍ଣ୍ଣ ସମାଜ ଗଠନ ସମ୍ଭବ। ବ୍ୟକ୍ତିର ବାହ୍ୟଦୃଷ୍ଟି ଏବଂ ବାହ୍ୟଜ୍ଞାନ ସହିତ ଅନ୍ତଃଦୃଷ୍ଟି ଏବଂ ଗଭୀର ଅନ୍ତଃଜ୍ଞାନର ଜରୁରୀ ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ।

 

- Advertisement -

ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଅଧ୍ୟକ୍ଷତା କରିବା ସହିତ ସୂର୍ଯ୍ୟକାନ୍ତ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ପ୍ରବୋଧ କୁମାର ହୋତା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଫେସର ପ୍ରଦ୍ୟୋତ କେଶରୀ ପ୍ରଧାନ ସୂର୍ଯ୍ୟକାନ୍ତ ଦାସଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁନାମଧନ୍ୟ ଲେଖକ ଉମାଶଙ୍କର ମିଶ୍ର, ଏଏସବିଏମ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ରଞ୍ଜନ କୁମାର ବଳ, ରେଭେନ୍ସା ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ କିଶୋରଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇଥିଲେ। ବିଂଶତମ ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ ବକୃତା ପ୍ରଦାନ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ଅନ୍ୟ ବିଶ୍ବବିଦ୍ୟାଳୟ ଓ କଲେଜର ବାଣିଜ୍ୟ ବ୍ୟବସାୟ ପରିଚାଳନା ବିଭାଗର ଶିକ୍ଷକ, ଗବେଷକ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories