www.samajalive.in
Monday, December 8, 2025
20.1 C
Bhubaneswar

ହଷ୍ଟେଲ ପାଚେରୀ ନିର୍ମାଣ ଦାବିରେ ଧାରଣା ଦେଲେ ଛାତ୍ରୀ; ପ୍ରତିଶୃତି ପରେ ଓହରିଲେ

ଲାଞ୍ଜିଗଡ଼: ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ସକାଳୁ ଦେଖିବାକୁ ମିଳିଛି ଛାତ୍ରୀ ଅସନ୍ତୋଷ। ଏହି ବିଦ୍ୟାଳୟର ଛାତ୍ରୀ ନିବାସରେ ପାଚେରୀ ନଥିବାରୁ ଅନ୍ତେବାସୀମାନେ ଅସୁରକ୍ଷିତ ମନେ କରୁଛନ୍ତି। ଏପରିକି ପାଚେରୀ ନଥିବାରୁ ଅସାମାଜିକ ବ୍ୟକ୍ତିବିଶେଷ ଛାତ୍ରୀନିବାସକୁ ପଶିଆସିବା ସହିତ ଅନ୍ତେବାସୀ ଛାତ୍ରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଆଦି ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏପରି ଭାବେ ଅବ୍ୟବସ୍ଥାର ଶିକାର ହେବା ପରେ ପ୍ରତିବାଦ କରିବା ସହିତ ଧାରଣାରେ ବସିଛନ୍ତି ଛାତ୍ରୀମାନେ।

ଆଜି ସକାଳ ୭ଟାରୁ ଛାତ୍ରୀନିବାସରେ ରହୁଥିବା ୨୦୦ରୁ ଅଧିକ ଅନ୍ତେବାସୀ ଛାତ୍ରୀ ବିଦ୍ୟାଳୟ ସାମ୍ନାରେ ଧାରଣାରେ ବସିବା ସହିତ ଛାତ୍ରୀନିବାସରେ ପାଚେରୀ ନିର୍ମାଣ, ଶୌଚାଳୟ ନିର୍ମାଣ ଓ ନୂତନ ହଷ୍ଟେଲରେ ତତ୍ତ୍ବାବଧାରକ ନିଯୁକ୍ତି ଆଦି ଦାବି କରିଥିଲେ। ଏ ସଂପର୍କରେ ସୂଚନା ପାଇବା ପରେ ବିଦ୍ୟାଳୟର ଅଧ୍ୟକ୍ଷ ନିହାରକାନ୍ତ ବିଶ୍ବାଳ ସେମାନଙ୍କୁ ଧାରଣାରୁ ହଟିବାକୁ କହିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ ଆସି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ହଟିବୁ ବୋଲି କହିଥିଲେ ଛାତ୍ରୀମାନେ। ଏହାପରେ ଅଧ୍ୟକ୍ଷ ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ, ପିଏ ଆଇଟିଡିଏ ପ୍ରମୁଖଙ୍କୁ ଅବଗତ କରାଇବା ପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଲାଞ୍ଜିଗଡ଼ ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳିୟାର ସିଂହ, ବ୍ଲକ ତଥା ଆଇଟିଡିଏ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ ଧାରଣାରତ ଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ଧାରଣାରୁ ହଟିଥିଲେ।

- Advertisement -

 

 

 

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories