www.samajalive.in
Tuesday, December 9, 2025
15.1 C
Bhubaneswar

ଆମେରିକାର ବିମାନ ଆକ୍ରମଣ: ଆଫଗାନିସ୍ତାନରେ ମହିଳା ଓ ଶିଶୁଙ୍କ ସମେତ ୨୩ ମୃତ

କାବୁଲ : ଦକ୍ଷିଣ ଆଫଗାନିସ୍ତାନରେ ଆମେରିକାର ବିମାନ ଆକ୍ରମଣରେ ମହିଳା ଏବଂ ଶିଶୁଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନରେ ଥିବା ମିଳିତ ଜାତିସଂଘର ମିଶନ ଅଧିକାରୀଙ୍କ ସୂଚନା ଅନୁସାରେ ଗତ ମଙ୍ଗଳବାର ଆଫଗାନିସ୍ତାନର ହେଲମନ୍ତ ପ୍ରାନ୍ତରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ କରାଯାଇଥିଲା। ଏଥିରେ ଅନ୍ୟୁନ୍‍ ୧୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆଫଗାନିସ୍ତାନର ସ୍ୱତନ୍ତ୍ର ସେନା ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବାବେଳେ ଏହି ଆକ୍ରମଣ କରାଯାଇଥିଲା। ପ୍ରାନ୍ତର ଅଧିକାରୀଙ୍କ କହିବା ଅନୁସାରେ ବିମାନ ଆକ୍ରମଣରେ ଗୋଟିଏ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟୁନ୍‍ ୧୮ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନ ସରକାର କହିଛନ୍ତି ଯେ ଆକ୍ରମଣ ଓ ମୃତକଙ୍କ ବିଷୟରେ ସ୍ପଷ୍ଟ ସୂଚନା ମିଳିନଥିଲା ବୋଲି ସେତେବେଳ କିଛି କୁହାଯାଇନଥିଲା। ଅପରପକ୍ଷରେ ଘଟଣାର ତଦନ୍ତ କରାଯାଉଛି ବୋଲି ନାଟୋ ପକ୍ଷରୁ କୁହାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ତାଲିବାନ ଆତଙ୍କବାଦୀମାନେ ଗୋଟିଏ ଘରେ ପଶିଯିବା ପରେ ଆମେରିକାର ବିମାନ ଆକ୍ରମଣରେ ଘରଟିକୁ ଉଡ଼ାଇ ଦିଆଯାଇଥିଲା। ଏଥିରେ ଆତଙ୍କବାଦୀଙ୍କ ସହ ସେହି ଘରେ ଥିବା ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ମିଳିତ ଜାତିସଂଘର ରିପୋର୍ଟ ଅନୁସାରେ ଚଳିତ ବର୍ଷ ଜାନୁଆରୀରୁ ସେପ୍ଟେମ୍ବର ସୁଦ୍ଧା ତାଲିବାନ ସହ ସଂଘର୍ଷରେ ୮,୦୫୦ ଲୋକଙ୍କ ମୃତାହତ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories