www.samajalive.in
Monday, December 8, 2025
24.1 C
Bhubaneswar

ଶୀତରେ ଏସବୁ ଜିନିଷର ସେବନ: ସ୍ୱାସ୍ଥ୍ୟ ପାଇଁ ବରଦାନ..

ଶୀତଦିନେ ଗୁଡ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଗୁଡରେ ଥିବା ପୋଷକ ତତ୍ତ୍ୱ ଶରୀରର ଅନେକ ସମସ୍ୟା ଦୂର କରିଥାଏ। ଗୁଡ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ଓ ମଜଭୂତ ରହିଥାଏ। ଓଜନ ମଧ୍ୟ ହ୍ରାସ ହୋଇଥାଏ। ସେଭଳି ଦେଖାଗଲେ ଲୋକେ ସିଧାସଳଖ ଗୁଡର ସେବନ କରିଥାଆନ୍ତି। ଜାଣନ୍ତୁ କିଭଳି ଭାବେ ଗୁଡର ସେବନ କଲେ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକାରକ ହୋଇଥାଏ।
ଶୀତଦିନେ କ୍ଷୀରରେ ଗୁଡ ମିଶାଇ ପିଇବା ଦ୍ୱାରା ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ। ଗୁଡରେ କ୍ୟାଲସିୟମ ଓ ପ୍ରୋଟିନ ଭରପୁର ମାତ୍ରାରେ ରହିଛି। ସୁସ୍ଥ ଶରୀର ପାଇଁ ଏକ ଗ୍ଲାସ କ୍ଷୀରରେ ଅଧ ଚାମଚ ହଳଦୀ ଓ ଏକ ଚାମଚ ଗୁଡ ମିଶାଇ ପିଅନ୍ତୁ।
ଗୁଡ ସହ ଚଣା ଖାଇବା ଆପଣ ନିଶ୍ଚୟ ଶୁଣିଥିବେ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ନିୟମିତ ଗୁଡ ଓ ଚଣାର ସେବନ କରନ୍ତୁ। ଏହା ଶୀତଦିନେ ଶରୀରକୁ ଉଷ୍ଣତା ପ୍ରଦାନ କରିଥାଏ।
ଉଷୁମ ରୁଟି ସହ ଗୁଡ ସେବନ କରିବା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ଉପକାରୀ ହୋଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ତେଣୁ ରୁଟି ସହ ଗୁଡ ସେବନ କରିବା କୌଣସି ବରଦାନରୁ କମ୍‌‌ ନୁହେଁ।
ଶୀତଦିନେ ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିଥାଏ। ତେଣୁ ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ଓ ବୃଦ୍ଧି ପାଇଁ ଗୁଡ ଓ ରାଶି ଲଡୁ ସେବନ କରନ୍ତୁ। ଏହା ପେଟ ଜନିତ ଅନେକ ସମସ୍ୟା ଦୂର କରିବା ସହ ପେଟ ପାଇଁ ଖୁବ ଉପକାରୀ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories