www.samajalive.in
Monday, December 8, 2025
20.1 C
Bhubaneswar

ସିପିଆଇ(ଏମଏଲ) ପକ୍ଷରୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଲାଞ୍ଜିଗଡ଼: ୫ଦଫା ଦାବି ନେଇ ସିପିଆଇ(ଏମଏଲ) କଳାହାଣ୍ଡି ପକ୍ଷରୁ ତହସିଲଦାରଙ୍କ ଜରିଆରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଦାବି ହେଲା ଲାଞ୍ଜିଗଡ଼ ବ୍ଳକର ଲାଞ୍ଜିଗଡ଼ ବ୍ଲକ ଗୋଡ଼ ମାଣିବନ୍ଧା ଗାଁ ନିକଟସ୍ଥ କଶେରପଦରର ୩୬ଘର ପରିବାର, ଦୁର୍ଗଟା ନିକଟସ୍ଥ ଲାଞ୍ଜିପଦରର ୧୬ଘର ପରିବାର, ଖକ୍ସାଇଟା ନିକଟସ୍ଥ ସେମେଲ ପଦରର ୨୦ ଘର ପରିବାର, ପୋଖରୀବନ୍ଧ ପଞ୍ଚାୟତର ଝାରମୁଡା ନିକଟସ୍ଥ ଢେପଗୁଡା ପଦରର ୪୦ ଘର ପରିବାର, ଭୁର୍ତ୍ତିଗଡ ପଞ୍ଚାୟତର ପୁଷମୁଣ୍ଡି ନିକଟସ୍ଥ ମାଦଳଗୁଛା ପଦର ୫୦ ଘର ପରିବାର, ଗୋବର୍ଦ୍ଧନପୁର ପଞ୍ଚାୟତର ଗୋପାଳପୁର ଗାଁର ଡୁଙ୍ଗରୀଗୁଡା ନିକଟସ୍ଥ ଟାଣିପଦରର ୧୬ ଘର ପରିବାର। ଆମର ଦାବି ହେଲା ଜଙ୍ଗଲ ଜମିରେ ବସବାସ କରି ରହିଆସୁଥିବା ପଦର(ଗାଁ) ଗୁଡିକର ଦାବିଦାରମାନଙ୍କୁ ଜଙ୍ଗଲଜମି ସିରୋନାମା ଦେଇ ସେହିମାନଙ୍କୁ ତାଙ୍କ ବସ‌ତି ସ୍ଥାନରେ ପ୍ରଧାନମନ୍ତ୍ରୀ ଅବାସ ଯୋଜନା କିମ୍ବା ବିଜୁପକ୍କା ଘର ଯୋଜନାରେ ଘର ତିଆରି କରିବା ପାଇଁ ପ୍ରଶାସନ ଅନୁମତି ଦିଆଯାଉ। ଜଙ୍ଗଲ ଜମିରେ ବସବାସ କରି ରହିଆସୁଥିବା ପଦର(ଗାଁ) ଗୁଡିକର ମୌଳିକ ଅଧିକାର ରୋଡ-ରାସ୍ତା, ପାନୀୟଜଳ, ସ୍କୁଲ, ମିନି ଅଙ୍ଗନୱାଡ଼ି କେନ୍ଦ୍ର ଯୋଗାଇ ଦିଆଯାଉ। ଜଙ୍ଗଲ ଜମିରେ ବସବାସ କରି ରହିଆସୁଥ‌ିବା ପଦର(ଗାଁ) ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯାଉ। ମୋ ଜଙ୍ଗଲଜମି ଯୋଜନାରେ ଅନ୍ତର୍ଭୁକ୍ତ କରି ଜଙ୍ଗଲ ଜମିରେ ବସବାସକରି ରହି ଆସୁଥିବା ପ୍ରତ୍ୟେକ ପଦର ଗ୍ରାମ ଗୁଡିକରେ ପଲିସଭା କରି ସେହି ଦାବିଦାରଙ୍କ ମଧ୍ୟରେ ଜଙ୍ଗଲ ଅଧୁକାର କମିଟି ଗଠନ କରି ସେହିମାନଙ୍କୁ ତାଙ୍କର ଅଧିକାର ପ୍ରଦାନ କରାଯାଉ। ୬୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବୃଦ୍ଧ, ବୃଦ୍ଧା ଓ ବିଧବାମାନଙ୍କୁ ୧୦୦୦ଟଙ୍କା ଭତ୍ତା ପ୍ରଦାନ କରାଯାଉ ବୋଲି କଳାହାଣ୍ଡି ଜିଲ୍ଲା ସିପିଆଇ(ଏମଏଲ) କଳାହାଣ୍ଡି ଜାଗ୍ରତ ସମିତି ପାର୍ଟି ପକ୍ଷରୁ ୫ଦଫା ଦାବି ନେଇ ବିଶ୍ବନାଥପୁର ତହସିଲଦାର ମହୋଦୟଙ୍କୁ ଦୃଢ ଦାବି କରାଯାଉଛି ଯେ, ଏହି ଦାବିକୁ ବିଚାରକରି ଗରିବ ନିରୀହ ଦୁଃଖ କଷ୍ଟରେ କାଳାତିପାତ କରୁଥିବା ଅନୁସୂଚିତ ଜାତି, ଜନଜାତି ଓ ପାରମ୍ପରିକ ବନବାସୀମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୂରକରି ଶାନ୍ତିରେ ରହିବାର ସୁବ୍ୟବସ୍ଥା କରିବେ ବୋଲି ପାର୍ଟି ପକ୍ଷରୁ ସଂପୂର୍ଣ୍ଣ ବିଭାଗୀୟ କର୍ତ୍ତୃପକ୍ଷ, ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାରଙ୍କ ନିକଟରେ ଦୃଢ ଦାବି କରାଯାଉଛି। ଏହାକୁ ନେଇ ଆଜି ସାଧାରଣ ସମ୍ପାଦକ କେଶବ ପ୍ରଧାନ, ସହ ସମ୍ପାଦକ ଦୟା ଶଙ୍କର ନାଏକ, ନର୍ଲା ବ୍ଲକ ସମ୍ପାଦକ ଫକୀର ଚରଣ କଣ୍ଡାଦୋରା, ବିଶ୍ୱନାଥପୁର ବ୍ଲକ ସମ୍ପାଦକ ଚନ୍ଦ୍ର ହରିଜନ, ମଦନପୁର ରାମପୁର ବ୍ଲକ ସମ୍ପାଦକ ଲଛମନ ଧରୁଆ, ଜୁନାଗଡ଼ ବ୍ଲକ ସମ୍ପାଦକ ବିପିନ ନାଏକ, ବ୍ରାଞ୍ଚ କମିଟି ସମ୍ପାଦକ ବଲମ ଧାରୁଆ, ସମେତ ଶତାଧିକ ସିପିଆଇ(ଏମଏଲ) କର୍ମକର୍ତ୍ତା ଏକ ରାଲି ମାଧ୍ୟମରେ ଆସି ଲାଞ୍ଜିଗଡ଼ ତହସିଲଦାର କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏହାର କୌଣସି ସମାଧାନ ନହେଲେ ଆଗାମୀ ଦିନର ପରିସ୍ଥିତି ପାଇଁ ତହସିଲଦାର ମହୋଦୟ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories