www.samajalive.in
Tuesday, December 9, 2025
17.1 C
Bhubaneswar

ଚୋରା ତେଲରୁ ଅଗ୍ନିକାଣ୍ଡ, ଜଳିଗଲା ଦୁଇଟି ଟ୍ରକ

ପାରାଦ୍ବୀପ : କଣ୍ଟେନର ଭିତରେ ରହିଥିଲା ଶହ ଶହ ଲିଟର ଚୋରା ଡିଜେଲ। ବିଳମ୍ବିତ ରାତିରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ଚୋରା ଡିଜେଲ ରହିଥିବା କଣ୍ଟେନର ସମେତ ଦୁଇଟି ଟ୍ରକ। ବିଳମ୍ବିତ ରାତିରେ ଏହି ଚୋରା ତେଲ ଗଛିତ ରହିଥିବା କଣ୍ଟେନରରେ ନିଆଁ ଲାଗିବା ଫଳରେ କଣ୍ଟେନର ସମେତ ନିକଟରେ ଗ୍ୟାରେଜରେ କାମ ହେବାକୁ ରହିଥିବା ଦୁଇଟି ଟ୍ରକର ଇଂଜିନ ସମ୍ପୂର୍ଣ ଭାବରେ ଜଳିପୋଡି ପାଉଁଶ ହୋଇ ଯାଇଛି। ରାତି ଦୁଇଟାରୁ ସାଢେ ଦୁଇଟା ମଧ୍ୟରେ ଚୋରାତେଲ ଭରା କଣ୍ଟେନରରେ କୌଣସି କାରଣବଶତଃ ନିଆଁ ଲାଗିବା ଫଳରେ କଣ୍ଟେନର ଓ ଦୁଇଟି ଟ୍ରକ ରାସ୍ତା ପାର୍ଶ୍ଵରେ ଜଳୁଥିବା ଖବର ପାଇ କୁଜଙ୍ଗ ଅଗ୍ନିଶମ ବିଭାଗ ଓ ପାରାଦ୍ୱୀପ ଅଗ୍ନିଶମ ବିଭାଗର ୪ଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିଶମ ବିଭାଗ ସହିତ ପୁଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ଘଟଣାର ଅନୁସନ୍ଧାନ ଜାରି ରଖିଛି। ତେବେ ଏହି ଚୋରାତେଲ ବେପାର କାରଣରୁ ଦୁଇ ଦୁଇଟି ଟ୍ରକ ମାଲିକଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିଛି। କଣ୍ଟେନରରେ ଥିବା ପ୍ଲାଷ୍ଟିକ ଜାର ଓ ଟାଙ୍କିରେ ତେଲ ରଖାଯାଇଥିଲା ଓ ନିଆଁ ଲାଗିବାରୁ ତାହା ସମ୍ପୂର୍ଣ୍ଣ ଜଳିଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories