www.samajalive.in
Tuesday, December 9, 2025
16.1 C
Bhubaneswar

ଭିସୁଟର ସମାବର୍ତ୍ତନ ଉତ୍ସବ : ରାଷ୍ଟ୍ରପତିଙ୍କ ଦ୍ବାରା ୩୭ ଜଣ ସ୍ୱର୍ଣ୍ଣପଦକରେ ସମ୍ମାନିତ ହେବେ

ବୁର୍ଲା :  ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବ ତଥା ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହେବ। ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଦୀକ୍ଷାନ୍ତ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ରଘୁବର ଦାସ ପୌରହିତ୍ୟ କରିବେ। ଏହି ସମାବର୍ତ୍ତନ ଉତ୍ସବରେ ୩୭ଜଣ ସ୍ୱର୍ଣ୍ଣପଦକ ପାଇବାକୁ ଥିବା ଏକ ସାମ୍ବାଦିକ ସମ୍ମିଳନିରେ କୁଳପତି ପ୍ରଫେସର ବଂଶୀଧର ମାଝୀ ସୁଚନା ଦେଇଛନ୍ତି। ଏଥିସହିତ ୩୧ ଜଣ ବିଦ୍ୟାର୍ଥୀ ବିଭୁଷଣ ଉପାଧିରେ ଭୁଷିତ ହେବେ। ସମୁଦାୟ ୨୭ ଜଣ ଛାତ୍ର ୩୭ଟି ସ୍ୱର୍ଣ୍ଣପଦକରେ ସମ୍ମାନିତ ହେବେ କାରଣ କେତେଜଣ ଛାତ୍ରଙ୍କୁ ଏକାଧିକ କ୍ଷେତ୍ରରେ ସ୍ୱର୍ଣ୍ଣପଦକ ପ୍ରାପ୍ତ ହୋଇଥିବା  ଭିସୁଟ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। ଏହି ଉତ୍ସବରେ ୪୬୪ ଜଣ ଛାତ୍ରଛାତ୍ରୀ ସେମାନଙ୍କର ଶିକ୍ଷା ଶେଷ ପ୍ରମାଣପତ୍ର ନେବେ ବୋଲି ସୁଚନା ଦିଆଯାଇଛି। ସମାବର୍ତ୍ତନ ଉତ୍ସବରେ ୯୪୦ ଜଣ ସ୍ନାତକ ଏବଂ ୩୦୫ ଜଣ ସ୍ନାତକୋତ୍ତର ଉପାଧି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସମୁଦାୟ ୧୨୭୪ ଜଣ ଛାତ୍ର ତାଙ୍କର ଡ଼ିଗ୍ରୀ ନେବେ ବୋଲି କୁଳପତି ପ୍ରଫେସର ମାଝୀ ସୁଚନା ଦେଇଛନ୍ତି।  ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ସନ୍ଧ୍ୟା ୪ଟା ସମୟରେ ଭିସୁଟ ସମାବର୍ତ୍ତନ ଉତ୍ସବରେ ଯୋଗଦାନ କରିବା ସହିତ ସ୍ୱର୍ଣ୍ଣପଦକ ଧାରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଭିସୁଟ ପରିସର ସମେତ ବିଶ୍ୱେସରରାୟ ପ୍ରେକ୍ଷାଳୟକୁ ପୂର୍ଣ୍ଣ ମାତ୍ରାରେ ଜେଡ଼ ପ୍ଲସ ସୁରକ୍ଷା ବଳୟରେ ରଖାଯାଇଛି। ଏହି ସମାବର୍ତ୍ତନ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବଂଶୀଧର ମାଝୀ ଓ କୁଳସଚିବ ପ୍ରଦୀପ ଡ଼ାଙ୍ଗ ସମସ୍ତ ଶିକ୍ଷକ, ଅଣଶିକ୍ଷକ, ଛାତ୍ରଛାତ୍ରୀ, ପୁର୍ବତନ ଛାତ୍ରଛାତ୍ରୀ, ଅଭିଭାବକ ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories