www.samajalive.in
Monday, December 8, 2025
27.1 C
Bhubaneswar

ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନପରାମର୍ଶ ପଦଯାତ୍ରା ଅଭିଯାନ

ନେମାଳ: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୁରୁବାର ନେମାଳ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଜନପରାମର୍ଶ ପଦଯାତ୍ରା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବିଜେପି ନେତା ଶାରଦା ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଅଂଶଗ୍ରହଣ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଜନସାଧାରଣ ମାନଙ୍କୁ ଅବଗତ କରାଇଥିବା ବେଳେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କାରାଯାଇଥିଲା। ଉକ୍ତ ସଭାରେ ବିଜେପି ନେତା ଶ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କର ଯୋଜନାକୁ ରାଜ୍ୟ ସରକାର ହାଇଜାକ କରୁଛନ୍ତି ଫଳ ସ୍ୱରୁପ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଯୋଜନା ସଠିକ ଭାବେ ତୃଣମୂଳସ୍ତରରେ ପହଞ୍ଚି ପାରୁନାହିଁ। ଭାରତର ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣ ଯୋଜନା ଏବେ ବିଶ୍ୱକୁ ଚକିତ କରିଛି। ଭାରତୀୟ ଜନତା ପାର୍ଟି ତୃଣମୂଳସ୍ତରରୁ ଦଳିୟ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଶପଥ ନେଇଛି। ପଞ୍ଚାୟତ ନିର୍ବାଚନରେ ଭାଜପାକୁ ଓଡିଶାରେ ଯଥେଷ୍ଟ ଜନ ସମର୍ଥନ ମିଳିସାରିଛି। ଏହି ସମର୍ଥନକୁ ତ୍ୱରାନିତ କରିବା ପାଇଁ ଦଳିୟ କର୍ମକର୍ତ୍ତାମାନେ ତୃଣମୂଳସ୍ତରରେ ଥିବା କର୍ମୀମାନେ ସଙ୍ଗଠିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିବା ବେଳେ ଏହି ଅବସରରେ ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିର ନୀତି ଆଦର୍ଶକୁ ଆଦରି ଭାଜପାରେ ସାମିଲ ହୋଇଛନ୍ତି ବୋଲି ସୁଚନା ଦେଇଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories