www.samajalive.in
Sunday, December 7, 2025
13.1 C
Bhubaneswar

ଦୀପ ତିଆରିରେ ମଗ୍ନ କୁମ୍ଭକାର ପରିବାର

ଫୁଲବାଣୀ: ଆଉ ମାତ୍ର ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି। ଦୀପାବଳିରେ ଘରକୁ ପଦାର୍ପଣ କରିଥାନ୍ତି ମା’ ମହାଲକ୍ଷ୍ମୀ । ଘରେ ଘରେ ମା’ କାଳୀ ଓ ମହାଲକ୍ଷ୍ମୀଙ୍କ ପୂଜାପାଠ ହେବା ସହିତ ବିଭିନ୍ନ ପ୍ରକାର ବାଣ ଫୁଟେଇ ଲୋକେ ମନେଇଥାନ୍ତି ଏହି ପର୍ବ । ଲୋକଙ୍କୁ ସବୁଠାରୁ ଅଧିକ ମାଟିଦୀପର ଆବଶ୍ୟକତା ପଡିଥାଏ କେବଳ ଏହି ଦୀପାବଳି ପର୍ବ ଦିନ । ଘରେ ମାଟି ଦୀପ ପ୍ରଜ୍ବଳନ କରିଥାନ୍ତି ଲୋକେ । ତେଣୁ ବିଭିନ୍ନ ପ୍ରକାରର ଦୀପ ତିଆରିରେ ବ୍ୟସ୍ତ ଅଛନ୍ତି କୁମ୍ଭକାର ପରିବାର । ଏଭଳି ଏକ ଦୃଶ୍ୟ ଦେଖାଯାଇଛି ଡିଣ୍ଡିରଗାଁ ପଂଚାୟତ ସଦର ମହକୁମା ଟେଲାପାଲିରେ। ଗ୍ରାମରେ ରହୁଛନ୍ତି ୧୫ରୁ ଊର୍ଦ୍ଧ୍ବ କୁମ୍ଭକାର ପରିବାର । ସମସ୍ତେ ମାଟିଦୀପ ସାଙ୍ଗକୁ ଅନ୍ୟାନ୍ୟ ମାଟି ସାମଗ୍ରୀ ତିଆରିରେ ବ୍ୟସ୍ତ। ବର୍ଷସାରା ବିଭିନ୍ନ ମାଟିର ସାମଗ୍ରୀ ତିଆରି କରି ବଜାର ଓ ଗାଁ ଗଣ୍ଡା ସବୁରେ ବୁଲି ବୁଲି ତାକୁ ବିକ୍ରି କରି ପେଟ ପୋଷଣ କରିଥାନ୍ତି ଏହି ପରିବାର ସବୁ । ଏହି ଅବସରରେ ଗ୍ରାମର ଶ୍ରୀକୃଷ୍ଣ ରଣା ଓ ପତ୍ନୀ ସୁଫଳା ରଣା ବର୍ଷ ତମାମ ବିଭିନ୍ନ ମାଟି ତିଆରି ଜିନିଷ ସବୁ ବିକ୍ରି କରି ପରିବାର ଚଳାଉଛନ୍ତି । ମାଟି ତିଆରି ବିଭିନ୍ନ ପ୍ରକାର ଜିନିଷ ସବୁ ବିକ୍ରୟ କରି ସେ ବର୍ଷକୁ ଲକ୍ଷେ ଉପରେ ରୋଜଗାର କରୁଥିବା କୁହନ୍ତି ଶ୍ରୀକୃଷ୍ଣ ରଣା । ବାକି ମାସଗୁଡିକ ଅପେକ୍ଷା ଦୀପାବଳି ପର୍ବରେ ସବୁଠୁ ଅଧିକ ରୋଜଗାର ହେଉଥିବା ସେ କହିଛନ୍ତି ।

ପ୍ରତି ଦୀପାବଳି ସମୟରେ ସେ ୧୦ରୁ ୨୦ ହଜାର ଟଙ୍କା ରୋଜଗାର କରନ୍ତି । ନିଜ ଅଞ୍ଚଳରେ ଦୀପର ଚାହିଦା ଟିକେ କମ ରହୁଥିବାରୁ ବଜାରକୁ ମଧ୍ୟ ଦୀପ ବିକ୍ରୟ କରିବାକୁ ଯାଉଥିବା କହିଛନ୍ତି ଶ୍ରୀକୃଷ୍ଣ । ଫୁଲବାଣୀ ଓ ଫିରିଙ୍ଗିଆରେ ୧୦୦ଟି ଦୀପକୁ ୧୩୦ ଟଙ୍କାରେ ବିକ୍ରି କରୁଥୁବା ବେଳେ ନିଜ ଅଂଚଳରେ ୧୦୦ଟି ଦୀପକୁ ୧୦୦ ଟଙ୍କା ହାରରେ ବିକ୍ରି କରନ୍ତି । ଦୀପାବଳି ପାଇଁ ବ୍ୟବହୃତ ହେଉଥିବା ଦୀପ ଗୁଡିକ ମଧ୍ୟରେ ରୁକା ଦୀପ, ଛୋଟ ଦୀପ, ଜୁନାମାର ଆଳତୀ ଦୀପ ଓ କଳସ ଦୀପଗୁଡ଼ିକ ପ୍ରମୁଖ ଦୀପ । ବିଶେଷ କରି ଦୀପାବଳି ରେ ଲୋକେ ଏହି ସବୁ ଦୀପଗୁଡିକ ପାଇଁ ହିଁ ତାଙ୍କ ପାଖକୁ ଆସିଥାନ୍ତି । ଷ୍ଟିଲ, ପ୍ଲାଷ୍ଟିକ, ଆଲୁମିନିୟମ ଆଦିରେ ତିଆରି ଘରୋଇ ଉପକରଣ ସବୁ ଅଧିକ ମାତ୍ରାରେ ବଜାରରେ ଉପଲବ୍ଧ ରହୁଥିବାରୁ କୁମ୍ଭାରମାନଙ୍କ ମାଟି ତିଆରି ଜିନିଷ ସବୁର ଚାହିଦା କମି କମି ଯାଉଥିବା ବେଳେ, ଦୀପାବଳି, ବିବାହ, ବ୍ରତ ଓ ଅନ୍ୟାନ୍ୟ ପର୍ବ ପର୍ବାଣୀଗୁଡିକରେ ମାଟି ତିଆରି ସାମଗ୍ରୀର ଆବଶ୍ୟକତା ଅଧିକ ପଡୁଥିବାରୁ ଲୋକେ କୁମ୍ଭାର ପରିବାର ଉପରେ ନିର୍ଭର କରୁଥିବା କହିଛନ୍ତି ଏହି କୁମ୍ଭାର ଦମ୍ପତି । ତେବେ ଇତି ମଧ୍ୟରେ ଫୁଲବାଣୀ ସହରକୁ ବିଭିନ୍ନ ଅଞ୍ଚଳର କୁମ୍ଭକାର ପରିବାରର ବ୍ୟକ୍ତି ବିଶେଷମାନେ ଦୀପ ବିକ୍ରି କରୁଥିବା ଦେଖାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories