www.samajalive.in
Tuesday, December 9, 2025
16.1 C
Bhubaneswar

ଜଗନ୍ନାଥ ମନ୍ଦିରର ୨ ଦାନ ବାକ୍ସ ଚୋରି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିରରୁ ଗତ ରାତିରେ ୨ଟି ଦାନ ବାକ୍ସ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ଦ୍ଵାରର ତାଲା ଭାଙ୍ଗି ଦାନ ବାକ୍ସ ଚୋରି କରିଥିବା ଜଣାପଡ଼ିଛି । ଏଥିସହ ମନ୍ଦିର ନିକଟରେ ଥିବା ‘ଭଗ ବନ୍ଧ’ ନାମକ ସ୍ଥାନରେ ଦାନ ବାକ୍ସ (ହୁଣ୍ଡି) ଦୁଇଟିକୁ ଭାଙ୍ଗି ସେଥିରେ ଥିବା ଟଙ୍କାତକ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମନ୍ଦିର କମିଟି ତରଫରୁ ମଙ୍ଗଳବାର ଥାନାରେ ଏ ନେଇ ଥାନାରେ ଏତଲା ଦିଆଯିବା ପରେ ବୀରମହାରାଜପୁର ପୁଲିସ ସନ୍ଧ।ନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ ସୋମବାର ରାତିରେ ମନ୍ଦିର ପୂଜକ ଘରକୁ ଯାଇଥିଲେ । ଆଜି ଭୋର ସମୟରେ ମନ୍ଦିର ଦ୍ବାର ଖୋଲିବା ପାଇଁ ପୂଜକ ବିଶ୍ଵାମିତ୍ର ଚାନ୍ଦ ଆସି ଦେଖିଲା ବେଳକୁ ସିଂହଦ୍ୱାରର ତାଲା ଖୋଲା ଯାଇଥିବା ଓ ଦୁଇଟି ଦାନ ବାକ୍ସ ନ ଥିବା ଦେଖିବାକୁ ପାଇଥିଲେ । ସେ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ମନ୍ଦିର ପରିଚାଳନା କମିଟିର ସଭାପତି ବିଷ୍ଣୁ ଚରଣ ପଣ୍ଡା ଓ ସମ୍ପାଦକ ଶମ୍ଭୁ ପ୍ରସାଦ ହୋତା ଏ ନେଇ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories