www.samajalive.in
Tuesday, December 9, 2025
16.1 C
Bhubaneswar

ମଧ୍ୟପ୍ରଦେଶରେ ଓ ମିଜୋରାମରେ ପ୍ରାୟ ୭୫ ଭାଗ ମତଦାନ

ଆଇଜଲ/ ଭୋପାଲ : ମିଜୋରାମ୍‍ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ମଧ୍ୟପ୍ରଦେଶରେ ସନ୍ଧ୍ୟା ୬ଟା ସୁଦ୍ଧା ୭୪.୬୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ସେହିପରି ମିଜୋରାମରେ ୭୫ ଭାଗ ମତଦାନ ହୋଇଛି। ଉଭୟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍‍, ରାଜ୍ୟ କଂଗ୍ରେସ ମୁଖ୍ୟ କମଳନାଥ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରାଜ୍ୟ ବି.ଜେ.ପି. ମୁଖ୍ୟ ରାକେଶ ନାଥ୍‍ ତଥା ରାଜ୍ୟର ବହୁ ମନ୍ତ୍ରୀ ମତଦାନ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭି.ଏଲ୍‍. କାନ୍ତାରାଓ କହିଛନ୍ତି, ପ୍ରାୟ ୧୦୦ଟି ମତଦାନ କେନ୍ଦ୍ରରେ ଇଲେକ୍‍ଟ୍ରୋନିକ୍‍ ଭୋଟିଂ ମେସିନ୍‍ ଖରାପ ହେବାର ଖବର ମିଳିଥିଲା ପରେ ସେହି ମେସିନ୍‍ଗୁଡ଼ିକୁ ତୁରନ୍ତ ବଦଳାଇ ଦିଆଯାଇଥିଲା। ଅନ୍ୟପକ୍ଷରେ ୩ ଜଣ ପୁଲିଂ ଅଫିସରଙ୍କର ହୃଦ୍‍ଘାତରେ ମୃତ୍ୟୁ ଘଟିଥିବା ଖବର ମିଳିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଗୁନାଠାରେ ଓ ଅନ୍ୟ ଦୁଇଜଣଙ୍କର ଇନ୍ଦୋରଠାରେ ମୃତ୍ୟୁ ଘଟିଛି। ମୃତ ଅଫିସରମାନଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରୀ କାନ୍ତା ରାଓ କହିଛନ୍ତି।
୪୦ ସଦସ୍ୟ ବିଶିଷ୍ଟ ମିଜୋରାମ ବିଧାନସଭା ପାଇଁ ମୋଟ ୨୦୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଂଗ୍ରେସ ଓ ଏମଏନଏଫ ୪୦ ଜଣ ଲେଖାଏଁ ଛିଡ଼ା କରାଇଥିବାବେଳେ ବି.ଜେ.ପି. ୩୯ ଜଣ ଓ ଜେପିଏମ୍‍ ୩୮ ଜଣ ପ୍ରାର୍ଥୀ ଛିଡ଼ା କରାଇଛି। ଜେପିଏମ୍‍ ପ୍ରାର୍ଥୀମାନେ ନିର୍ଦଳିୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ମଧ୍ୟପ୍ରଦେଶରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି। କଂଗ୍ରେସ ୨୨୯ଟି ଆସନରେ ପ୍ରାର୍ଥୀ ଛିଡ଼ା କରାଇଥିବାବେଳେ ଗୋଟିଏ ଆସନ ଲୋକତାନ୍ତ୍ରିକ ଜନତା ଦଳକୁ ଛାଡ଼ିଦେଇଛି। ବିଏସପି ୨୨୭ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ସମାଜବାଦୀ ପାର୍ଟି ୫୨ଟି ଆସନରେ ପ୍ରାର୍ଥୀ ଛିଡ଼ା କରାଇଛି। ଆମ୍‍ ଆଦ୍‍ମୀ ପାର୍ଟି ପ୍ରଥମ ଥରପାଇଁ ମଧ୍ୟପ୍ରଦେଶ ନିର୍ବାଚନ ଲଢ଼ୁଛି। ପାର୍ଟି ୨୦୮ଟି ଆସନରୁ ପ୍ରାର୍ଥୀ ଛିଡ଼ା କରାଇଛି।
ଆସନ୍ତା ୧୧ ତାରିଖରେ ଅନ୍ୟ ତିନୋଟି ରାଜ୍ୟ ସହିତ ଏହି ଦୁଇ ରାଜ୍ୟର ଫଳାଫଳ ପ୍ରକାଶ ପାଇବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories