www.samajalive.in
Monday, December 8, 2025
20.1 C
Bhubaneswar

ଆଉ ଜଣେ ହମାସ୍‌ କମାଣ୍ଡର ମୃତ

ତେଲ୍‌ ଆବିଭ୍‌: ଇସ୍ରାଏଲ ସେନା ଆଇଡିଏଫ୍‌କୁ ମଙ୍ଗଳବାର ବଡ଼ ସଫଳତା ମିଳିଛି। ଅକ୍ଟୋବର ୭ରେ ହମାସ୍‌ ଆକ୍ରମଣର ପ୍ରମୁଖ କମାଣ୍ଡର ନିସାମ ଅବୁ ଅଜିନା ଆଇଡିଏଫ୍‌ ଆକ୍ରମଣରେ ନିହତ ହୋଇଛି। ହମାସ୍‌ର ଉତ୍ତର କମାଣ୍ଡ ମୁଖ୍ୟ ତଥା ବେଟ୍‌ ଲାହିଆ ବାଟାଲିୟନ୍‌ କମାଣ୍ଡର ଥିଲା ଅଜିନା। ତା’ ନିର୍ଦେଶରେ ଅକ୍ଟୋବର ୭ରେ ନାରକୀୟ କାଣ୍ଡ ଘଟାଯାଇଥିଲା। ପୂର୍ବରୁ ହମାସ୍‌ର ବାୟୁସେନା ମୁଖ୍ୟ ସମେତ ୬ କମାଣ୍ଡରଙ୍କ ମୃତ୍ୟୁ ଘଟିଥିଲା। ହମାସ୍‌ର ଆତଙ୍କବାଦୀ ଆତ୍ମଗୋପନ କରିଥିବା ଗାଜାର ବିଭିନ୍ନ ଭୂତଳ ସୁଢ଼ଙ୍ଗ ଉପରେ ଆଇଡିଏଫ୍‌ ଭୂପୃଷ୍ଠରୁ ଜୋର୍‌ଦାର ଆକ୍ରମଣ ଚଳାଇଛି। ଏହି ସୁଢ଼ଙ୍ଗ ନେଟ୍‌ୱର୍କ ଓ ହମାସ୍‌ ଭିତ୍ତିଭୂମିଗୁଡ଼ିକୁ ଧ୍ବଂସ କରିବା ଉଦ୍ୟମ ଚଳାଇଛି ଆଇଡିଏଫ୍‌। ଗତ ୨୪ ଘଣ୍ଟାରେ ହମାସ୍‌ର ୩୦୦ ଘାଟି ଧ୍ବଂସ କରାଯାଇଥିବା ଆଇଡିଏଫ୍‌ ଦାବି କରିଛି। ୱେଷ୍ଟବ୍ୟାଙ୍କଠାରେ ଥିବା ହମାସ୍‌ ନେତା ସାଲେ ଅଲ୍‌-ଅରୌରିର ବାସଭବନକୁ ଆଇଡିଏଫ୍‌ ବୁଲ୍‌ଡୋଜର ଲଗାଇ ଧ୍ବଂସ କରିଦେଇଛି। ଅରୌରି ସମ୍ପ୍ରତି ଲେବାବନ୍‌ରେ ଆତ୍ମଗୋପନ କରିଛି।

ଆଇଡିଏଫ୍‌ ଏବେ ଗାଜା ଉପରେ ଉଭୟ ଉତ୍ତର ଓ ଦକ୍ଷିଣ ପଟୁ ଆକ୍ରମଣ ଚଳାଇଛି। ମାନବିକତା ଆଳରେ ଏହା ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ। ଆଇଡିଏଫ୍‌ ଏବେ ପଣବନ୍ଦୀଙ୍କୁ ମୁକ୍ତ କରିବା ଉପରେ ଗୁରୁତ୍ବ ଦେଉଛି; ତେଣୁ ଧୀରେ ଧୀରେ ଗାଜାର ଅଭ୍ୟନ୍ତରକୁ ପ୍ରବେଶ କରୁଛନ୍ତି। ପ୍ରତି ଘର ଯାଞ୍ଚ କରି ଆତଙ୍କବାଦୀଙ୍କୁ ନିପାତ କରୁଛନ୍ତି; ତେଣୁ ବିଜୟ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ନେତାନ୍ୟାହୁ କହିଛନ୍ତି। ସୂଚନାନୁଯାୟୀ, ଏହା ଦ୍ବାରା ଇସ୍ରାଏଲ ହମାସ୍‌କୁ ଆତ୍ମସମର୍ପଣ ପାଇଁ ବା ଆଲୋଚନା ପାଇଁ ବାଧ୍ୟ କରିବାକୁ ସୁଯୋଗ ଦେଉଛି ବୋଲି ଚର୍ଚ୍ଚା ହେଉଛି। ସୋମବାର ହମାସ୍‌ର ସୁଢ଼ଙ୍ଗ ଭିତରେ ପ୍ରବେଶ କରି ଏହା କବଳରୁ ଜଣେ ଇସ୍ରାଏଲ ସୈନିକଙ୍କୁ ଉଦ୍ଧାର କରାଯାଇଛି। ଯୁଦ୍ଧରେ ହମାସ୍‌ ମେସିନ୍‌ ଗନ୍‌, ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର ଆଦି ବ୍ୟବହାର କରୁଛି। ଇତିମଧ୍ୟରେ ଗାଜାରେ ମୃତ୍ୟୁ ସଂଖ୍ୟା ୮୫୨୫ରେ ପହଞ୍ଚିଥିବାବେଳେ ମୋଟ ସଂଖ୍ୟା ୧୦ହଜାର ଅତିକ୍ରମ କରିଛି। ଗାଜାରେ ୩୪୫୬ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ୯୪୦ ଶିଶୁ ନିଖୋଜ ଥିବା ପ୍ରକାଶ। ସମ୍ପ୍ରତି ପାନୀୟ ଜଳ ବିନା ବହୁ ଶିଶୁଙ୍କର ମୃତ୍ୟୁ ହେଉଥିବା ୟୁନିସେଫ୍‌ ପକ୍ଷରୁ କୁହାଯାଇଛି। ଏଭଳି ସ୍ଥିତିରେ ନିରୀହଙ୍କ ଜୀବନହାନି ରୋକିବା ଉଦ୍ଦେଶ୍ୟରେ ଗାଜାବାସୀଙ୍କୁ ଇଜିପ୍ଟର ସିନାଇ ଉପତ୍ୟକାକୁ ସ୍ଥାନାନ୍ତର କରିବା ପାଇଁ ଇସ୍ରାଏଲ ପ୍ରସ୍ତାବ ଦେଇଥିବାବେଳେ ପାଲେଷ୍ଟାଇନ୍‌ ପକ୍ଷରୁ ଏହାକୁ ଅଗ୍ରାହ୍ୟ କରାଯାଇଛି। ରାଷ୍ଟ୍ରପତି ମହମ୍ମଦ ଆବାସ୍‌ଙ୍କ ମୁଖପାତ୍ର ନବିଲ ଅବୁ ରୁଦେଇନେ କହିଛନ୍ତି ଯେ ପାଲେଷ୍ଟିନୀୟ କୌଣସି ପ୍ରକାର ସ୍ଥାନାନ୍ତରରେ ରାଜି ନୁହନ୍ତି।

- Advertisement -

ଅପରପକ୍ଷରେ ନିରୀହ ଜନତାଙ୍କ ଉପରେ ହମାସ୍‌ ଆତଙ୍କବାଦୀ ଅତ୍ୟାଚାର ପ୍ରତିବାଦରେ ଜାତିସଂଘରେ ଅବସ୍ଥାପିତ ଇସ୍ରାଏଲ କୂଟନୀତିଜ୍ଞମାନେ ‘ନାଜି’ ଶାସନ ଅମଳର ‘ହଳଦିଆ ତାରକା’ ଚିହ୍ନିତ ପୋଷାକ ପିନ୍ଧିଛନ୍ତି। ନିରାପତ୍ତା ପରିଷଦ ବୈଠକ ଅବସରରେ ସେମାନେ ଅମାନବୀୟ ଅତ୍ୟାଚାରର ନିନ୍ଦା ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ରାଷ୍ଟ୍ରଦୂତ ଗିଲାଡ ଏର୍ଡଗାନ୍‌। ହମାସ୍‌କୁ ସେ ଆଧୁନିକ ଯୁଗର ନାଜି ଭାବେ ତୁଳନା କରିଛନ୍ତି। ଗତ ୮ଦଶନ୍ଧି ମଧ୍ୟରେ ଏଭଳି ଅତ୍ୟାଚାରର ଦୃଷ୍ଟାନ୍ତ ନାହିଁ; ତେଣୁ ନିରାପତ୍ତା ପରିଷଦ ଏହା ଉପରେ କୌଣସି ପ୍ରସ୍ତାବ ଗୃହୀତ ନକରିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ପଣବନ୍ଦୀଙ୍କ ମୁକ୍ତ ନହେବା ଯାଏ ସେମାନେ ଏଭଳି ପ୍ରତିବାଦ କରିବେ ବୋଲି ଗିଲାଡ୍‌ କହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories