ମୁମ୍ବଇ: ଭାରତର ମହାନ୍ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ଏକ ପ୍ରତିମୂର୍ତ୍ତି ବୁଧବାର ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ଅନାବରଣ କରାଯିବ। କ୍ରିକେଟ୍ ବିଶ୍ବକପ୍ରେ ଗୁରୁବାର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହାର ଗୋଟିଏ ଦିନ ପୂର୍ବରୁ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯିବ। ପ୍ରତିମା ଉନ୍ମୋଚନ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍, ସଚିନ ତେନ୍ଦୁଲକର, ବିସିସିଆଇ ସମ୍ପାଦକ ଜୟ ଶାହା, କୋଷାଧ୍ୟକ୍ଷ ଆଶିଷ ସେଲାର, ମୁମ୍ବଇ କ୍ରିକେଟ୍ ଆସୋସିଏସନ୍ ସଭାପତି ଅମୋଲ କାଲେ, ସମ୍ପାଦକ ଅଜିଙ୍କ୍ୟ ନାଏକ ପ୍ରମୁଖ ଉପସ୍ଥିତ ରହିବେ। ଏହି ପ୍ରତିମୂର୍ତ୍ତିକୁ ଅହମ୍ମଦନଗରର ଶିଳ୍ପୀ ପ୍ରମୋଦ କାମ୍ବଲେ ନିର୍ମାଣ କରିଛନ୍ତି।
Popular Categories



