www.samajalive.in
Monday, December 8, 2025
20.1 C
Bhubaneswar

ବସ୍‌‌ ଧର୍ମଘଟ ସ୍ଥଗିତ ,ପ୍ରତ୍ୟାହୃତ ନୁହଁ- ସଂଘ

ଭୁବନେଶ୍ୱର : ବସ୍‌‌ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ଆଜି ଆଲୋଚନା ହୋଇଛି। ବସ୍‌‌ ଧର୍ମଘଟ ସ୍ଥଗିତ ମାତ୍ର ପ୍ରତ୍ୟାହୃତ ନୁହେଁ ବୋଲି ସରକାରଙ୍କ ସହ ଆଲୋଚନା ପରେ ବସ୍‌‌ ମାଲିକ ସଂଘ ପ୍ରତିକ୍ରିୟା ରଖି କହିଛି। ଆଲୋଚନା ସଫଳ କି ବିଫଳ ନୁହେଁ, ୩୧ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଛି। ପ୍ରତ୍ୟାହୃତ ହୋଇନି। ଆସନ୍ତା ୩୦ରେ ସଂଘର ସାଧାରଣ ପରିଷଦ ବୈଠକ ବସିବ। ସାଧାରଣ ପରିଷଦ ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ। ରୁଟ୍‌‌ ଚାର୍ଟ ଦିଆଯାଇଛି, ସରକାରଙ୍କ ରିଜୋଲ୍ୟୁସନ୍‌‌ଙ୍କୁ ଅପେକ୍ଷା ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି।
ଖାରବେଳ ଭବନରେ ଏନେଇ ଆଜି ଆଲୋଚନା କରାଯାଇଥିବା ବେଳେ ଏହି ଆଲୋଚନା ବୈଠକରେ ମନ୍ତ୍ରୀ ଟୁକୁନି ସାହୁ ଅଧ୍ୟକ୍ଷତା କରିଛନ୍ତି। ଆଲୋଚନା ପରେ ମନ୍ତ୍ରୀ ଟୁକୁନି ସାହୁ ପ୍ରତିକ୍ରିୟା ରଖି କହିଛନ୍ତି, ବସ୍‌‌ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବ ୩୦ ତାରିଖ ସୁଦ୍ଧା ଦେବେ। କୌଣସି ଆନ୍ଦୋଳନ କରାଯିବ ନାହିଁ। ଆଲୋଚନାରେ ସମାଧାନ ହେବ। ଯେଉଁ ସ୍ଥାନରେ ବସ୍‌‌ ଚାଲୁ ନଥିଲା ସେଠାରେ ବସ୍‌‌ ଚଲାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories