www.samajalive.in
Sunday, December 7, 2025
15.1 C
Bhubaneswar

ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ; ବୁଧବାର ମତଦାନ

ଭୋପାଳ/ଆଇଜଲ : ମଧ୍ୟପ୍ରଦେଶ ଓ ମିଜୋରାମ୍‍ ବିଧାନସଭା ନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଅଭିଯାନ ଶେଷ ହୋଇଛି। ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ଶେଷ ମୁହୂର୍ତ୍ତରେ ବିଭିନ୍ନ ରାଜନୈତିକ ଦଳ ପ୍ରାଣମୁର୍ଚ୍ଛା ଉଦ୍ୟମ କରିଛନ୍ତି। ମଧ୍ୟପ୍ରଦେଶର ୨୩୦ ଆସନ ଓ ମିଜୋରାମର ୪୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ବୁଧବାର ଦିନ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଓ ସ୍ମୃତି ଇରାନୀ ଓ ଶାସକ ବିଜେପିର ଅନେକ ବରିଷ୍ଠ ନେତା ରବିବାର ବିଭିନ୍ନ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି। ସେହିପରି କଂଗ୍ରେସ ନେତା ସଚିନ ପାଇଲଟ, କମଳନାଥ, ଜ୍ୟୋତିରାଦିତ୍ୟ ସନ୍ଧିଆ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଗତକାଲି ପ୍ରଚାର କରିଥିଲେ। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ଆମ ଆଦମୀ ପାର୍ଟି ନେତା ଗୋପାଳ ରାଇ ଗତକାଲି ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଉଦବୋଧନ ଦେଇଥିଲେ।
ସେହିପରି ମିଜୋରାମରେ ଜୋରଦାର ପ୍ରଚାର ଅଭିଯାନରେ ବିଭିନ୍ନ ପ୍ରସଙ୍ଗ ନେଇ ବଡ଼ ବଡ଼ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ଆରୋପ ଓ ପ୍ରତ୍ୟାରୋପ ଲଗାଇଛନ୍ତି। ଏଥର ରାଜ୍ୟରେ ବହୁମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିଲେ ମଧ୍ୟ ଶାସକ କଂଗ୍ରେସ, ବିରୋଧିଦଳ ମିଜୋ ନ୍ୟାସନାଲଫ୍ରଣ୍ଟ ଓ ଜୋରାମ ପିପୁଲସ୍ ମୁଭମେଣ୍ଟ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେଉଛି।
୪୦ ଆସନ ବିଶିଷ୍ଟ ମିଜୋରାମ୍‍ରେ ବିଧାନସଭା ନିର୍ବାଚନ ପାଇଁ ମୋଟ ୨୦୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମୋଟ ୨୯୦୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories