www.samajalive.in
Monday, December 8, 2025
27.1 C
Bhubaneswar

ବିମାନରେ ଆତଙ୍କବାଦୀ ଗୁଜବ ପ୍ରଚାର କରି ଯୁକବ ଗିରଫ

କଲିକତା : ଦେଶବାସୀ ସୋମବାର ୨୬/୧୧ ମୁମ୍ବଇ ଆକ୍ରମଣର ବର୍ଷପୂର୍ତ୍ତି ପାଳନ କରୁଥିବା ବେଳେ ଆତଙ୍କବାଦକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ବାର୍ତ୍ତା ପୋଷ୍ଟ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ବିମାନରେ ଆତଙ୍କବାଦୀ ଉପସ୍ଥିତ ଥିବାର ଗୁଜବ ପ୍ରଚାର କରିବା ଅଭିଯୋଗରେ ୨୧ ବର୍ଷ ବୟସ୍କ ଜଣେ ଯୁବକଙ୍କୁ ସୋମବାର କଲିକତା ବିମାନବନ୍ଦରଠାରେ ଗିରଫ କରାଯାଇଛି। କେନ୍ଦ୍ରୀୟ ଶିଳ୍ପାଞ୍ଚଳ ନିରାପତ୍ତା ବାହିନୀ (ସିଆଇଏସ୍‍ଏଫ୍‍)ର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଯୋଗେନ ପୋଡର ନାମକ ପୂର୍ବ କଲିକତା ନିବାସୀ ଯୁବକ ଜେଟ ଏୟାରୱେଜ୍‍ରେ କଲିକତାରୁ ମୁମ୍ବାଇ ଯାତ୍ରା କରୁଥିଲେ। ଏହି ସମୟରେ ସେ ସ୍ନାପଚାଟ ଆପ ମାଧ୍ୟମରେ ନିଜ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା ହେଉଥିଲେ। ସେ ମୁହଁରେ ରୁମାଲ ବନ୍ଧା ହୋଇଥିବା ନିଜର ଏକ ଫଟୋ ସ୍ନାପଚାଟରେ ପୋଷ୍ଟ କରିଥିଲେ। ଏଥିସହ ବିମାନରେ ଜଣେ ଆତଙ୍କବାଦୀ (ନିଜ ଉଦ୍ଦେଶ୍ୟରେ) ଅଛନ୍ତି ଯିଏକି ମହିଳାମାନଙ୍କ ହୃଦୟ ଧ୍ୱଂସ କରିଦେବେ ବୋଲି ବାର୍ତ୍ତା ପୋଷ୍ଟ କରିଥିଲେ। ଏହି ବାର୍ତ୍ତାଟି ପୋଡରଙ୍କ ପାଖ ସିଟରେ ବସିଥିବା ଯାତ୍ରୀ ବେଞ୍ଜାମିନ ପ୍ଲାକେଟଙ୍କ ଦୃଷ୍ଟିରେ ପଡିଥିଲା। ସେ କ୍ୟାପଟେନଙ୍କୁ ଏ ବିଷୟରେ ଜଣାଇବା ପରେ ଜେଟ ଏୟାରୱେଜ୍‍ ପରିଚାଳନା ଅଧିକାରୀଙ୍କୁ ସୂଚନା ଦେଇଥିଲେ। ୮ଟା ୨୦ରେ ଏହି ଘଟଣା ଘଟିବା ପରେ ପାଇଲଟ ବିମାନଟିକୁ ଫେରାଇ କଲିକତା ବିମାନ ବନ୍ଦରକୁ ନେଇଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ପୁଲିସ ତାଙ୍କୁ ତୁରନ୍ତ କରିଫ କରି ଥାନାକୁ ନେଇଥିଲା। ତାଙ୍କ ବ୍ୟାଗ ମଧ୍ୟ ଥାନାରେ ଯାଞ୍ଚ କରାଯାଇଥିଲା। ମାତ୍ର ସେ କେବଳ ବନ୍ଧୁଙ୍କ ସହ ଥଟ୍ଟା କରୁଥିଲେ ବୋଲି ପୋଡର ପୁଲିସକୁ କହିଥିଲେ। ପରେ ତାଙ୍କ ବନ୍ଧୁ ନିର୍ମଳ ପୋଡର ମଧ୍ୟ ଥାନାରେ ପହଞ୍ଚି ସମାନ କଥା କହିଥିଲେ। ଅନ୍ୟପଟେ ବିମାନବନ୍ଦର କର୍ମଚାରୀଙ୍କଠାରୁ କ୍ଲିୟରାନ୍ସ ପାଇବା ପରେ ୯ଡବ୍ଲ୍ୟୁ୪୭୨ ବିମାନର ୧୬୦ ଯାତ୍ରୀ ଏବଂ ୭ ଜଣ ୨ବିମାନ କର୍ମଚାରୀ ୧ ଘଣ୍ଟା ବିଳମ୍ବରେ ଯାତ୍ରା ଆରମ୍ଭ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories