www.samajalive.in
Tuesday, December 9, 2025
16.1 C
Bhubaneswar

ଲୋକସେବା ଭବନରେ ପୁଣି ନିଆଁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଏସ୍‌ସି/ଏସ୍‌ଟି ବିଭାଗ ଛାତ ଉପରେ ଥିବା ଏସି କଂପ୍ରେସରରେ ନିଆଁ ଲାଗି ଯାଇଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି। ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଏଥିସହ କ୍ଷୟକ୍ଷତି ନେଇ ମଧ୍ୟ କୌଣସି ସୂଚନା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ମଧ୍ୟ ଲୋକସେବା ଭବନରେ ଅଗ୍ନିକାଣ୍ଡ ଘଟିଥିଲା। ରାଜସ୍ୱ ବିଭାଗ କୋଠାର ପ୍ରଥମ ମହଲାରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ଏସି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣାପଡ଼ିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories