www.samajalive.in
Monday, December 8, 2025
27.1 C
Bhubaneswar

ଗାଜାର ହସ୍ପିଟାଲ ଉପରେ ରକେଟ ମାଡ଼ ,୫୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଚାଲୁ ରହିଛି। ଏହି ଯୁଦ୍ଧରେ ଏଯାଏଁ ୪୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଗାଜାର ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍‌‌ ହୋଇ ପ୍ରାୟ ୫ ଶହରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଛି। ଏହି ଆକ୍ରମଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଗାଜାର ମଧ୍ୟ ଭାଗରେ ଥିବା ଏକ ହସ୍ପିଟାଲ ଉପରେ ଏହି ଏୟାର ଷ୍ଟ୍ରାଇକ୍‌‌ ହୋଇଛି। ଯୁଦ୍ଧରେ ଗୁରୁତର ଆହତ ଅନେକ ଲୋକେ ଏହି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଅନେକ ଶରଣାର୍ଥୀ ମଧ୍ୟ ଏଠାରେ ଆଶ୍ରୟ ନେଇଥିଲେ। ଏହି ଏୟାର ଷ୍ଟ୍ରାଇକ୍‌‌ ପରେ ରୋଗୀଙ୍କ ସମେତ ଅନ୍ୟମାନଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଗାଜା ଉପରେ ହୋଇଥିବା ଏହି ଏୟାର ଷ୍ଟ୍ରାଇକ୍‌‌ ପଛରେ ଆତଙ୍କବାଦୀଙ୍କ ହାତ ଥିବା ସହ ଇସ୍ରାଏଲ ସେନା ଏଥିରେ ସମ୍ପୃକ୍ତ ନାହାନ୍ତି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି।

 

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories