www.samajalive.in
Sunday, December 7, 2025
15.1 C
Bhubaneswar

ରାଧାମୋହନପୁର ଛତୁ ଗ୍ରାମ ଘୋଷିତ

ଗୋପାଳପୁର: ଗୋଳନ୍ଥରା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଆନୁକୁଲ୍ୟରେ ଚିକିଟି ବ୍ଲକ ଅନ୍ତର୍ଗତ ରାଧାମୋହନପୁର ଗ୍ରାମଠାରେ ବିଶ୍ଵ ଖାଦ୍ୟ ଦିବସ ପାଳିତ ହୋଇଯାଇଛି। ଭାରତୀୟ ଛତୁ ଗବେଷଣା ଅନୁଷ୍ଠାନ, ସୋଲାନର ନିର୍ଦ୍ଦେଶକ ବେଦ ପ୍ରକାଶ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ଵ ଖାଦ୍ୟ ଦିବସର ଉପାଦେୟତା ସହିତ ଛତୁ ଚାଷ କୃଷମାନଙ୍କର ବିଶେଷ କରି ମହିଳା ଉଦ୍ୟୋଗୀକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଆର୍ଥିକ ସମ୍ବଳ ଯୋଗାଇବାରେ ସହାୟ ହୋଇଛି ବୋଲି କହିଥିଲେ। ପରେ ପରେ ଗ୍ରାମରେ ଥିବା ଝିଲି ସାହୁ, ପିନ୍ତୁ ପରିଡ଼ା, ଜିତୁ ସାହୁ ଆଦି ଚାଷୀଙ୍କର ଛତୁ ଚାଷ କ୍ଷେତ୍ର ପରିଦର୍ଶନ କରିବା ସହିତ ଖୁସି ହୋଇ ରାଧାମୋହନପୁର ଗ୍ରାମକୁ ଜିଲ୍ଲାର ଛତୁ ଗ୍ରାମ ହିସାବରେ ଘୋଷଣା କରିଥିଲେ। ସବୁଠାରୁ ବଡ଼ କଥା ହେଉଛି, ରାଧାମୋହନପୁର ଗ୍ରାମରେ ପ୍ରାୟ ୧୭ଗୋଟି ଛତୁ ମଞ୍ଜି ବିହନ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବା ସହିତ ଗ୍ରାମର ୭୦ଘର ମଧ୍ୟରୁ ୬୦ଘର ଲୋକ ଛତୁ ଚାଷରେ ନିଜକୁ ନିୟୋଜିତ କରି ଜୀବିକା ନିର୍ବାହ କରୁଛନ୍ତି। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ସୁଜିତ୍ କୁମାର ନାଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଓୟୁଏଟି ଭୁବନେଶ୍ୱରର ରୋଗ ପୋକ ବିଶେଷଜ୍ଞ ରଞ୍ଜନ ଚିନରା ସମ୍ମାନୀୟ ଅତିଥି ଭା​‌ବେ​‌ ଯୋଗଦେଇ ଛତୁ ଚାଷର ବିଭିନ୍ନ ପ୍ରଣାଳୀ, ଏହାର ବିଭିନ୍ନ ରୋଗ ଏବଂ ପ୍ରତିଷେଧକ ବ୍ୟବସ୍ଥା ପରିଚାଳନ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଉଦ୍ୟାନ ବିଭାଗର ଅଧିକାରୀ ଶୁଭେନ୍ଦୁ ପାଣିଗ୍ରାହୀ ଛତୁ ଚାଷରେ ସରକାରୀ ପ୍ରୋତ୍ସାହନ ଓ ନିୟମିତ ଭାବରେ ଛତୁର ତଦାରଖ ଓ ବିକ୍ରିବଟା ଉପରେ ଚାଷୀମାନଙ୍କର ସମସ୍ୟା ଉପରେ ଆଲୋଚନା କରଥିଲେ। କେନ୍ଦ୍ରର ମୁଖ୍ୟ ଡ. ନାଥ ଚାଷୀମାନଙ୍କର ଆୟ ଦ୍ୱିଗୁଣିତ କିପରି ହେବ, ନୂତନ ଜ୍ଞାନ କୌଶଳର ପ୍ରୟୋଗ ଓ କୃଷି ଵିଜ୍ଞାନ କେନ୍ଦ୍ରର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ବୈଜ୍ଞାନିକ ଦେବାଶିଷ ଷଡ଼ଙ୍ଗୀ ସ୍ବାଗତ ଭାଷଣ ଦେବା ସହିତ, ସନ୍ଦୀପ ମହାନ୍ତି, ସସ୍ମିତା ପ୍ରିୟଦର୍ଶିନୀ ଓ ସ୍ଥାନୀୟ ଚାଷୀ ପ୍ରକାଶ ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନାରେ ସାହାଯ୍ୟ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories