www.samajalive.in
Tuesday, December 9, 2025
16.1 C
Bhubaneswar

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କ ଶଙ୍ଖାରୀ ଗସ୍ତ, ମନ୍ମଥ ମନୋଜ ସ୍ମାରକୀ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ବାଲେଶ୍ବର ଜିଲ୍ଲାର ଶଙ୍ଖାରୀ ଗସ୍ତ କରି ମନ୍ମଥ ମନୋଜ ସ୍ମାରକୀ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଡ଼ିଶାର ବରପୁତ୍ର ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ସ୍ଥାନ ଶଙ୍ଖାରୀଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ମୃତି ସଂଗ୍ରାହଳୟ ନିର୍ମାଣ କରାଯାଉଛି। ଏଠାରେ ସମସ୍ତ ଉନ୍ନତିକରଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଏହାର ଲୋକାର୍ପଣ ପରେ ଶୃଙ୍ଖଳିତ ପରିଚାଳନା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସାକ୍ଷୀଗୋପାଳସ୍ଥିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଠାରେ ନିର୍ମିତ ସଂଗ୍ରାହଳୟର ପରିଚାଳନା ଭଳି ଅନୁରୂପ ବ୍ୟବସ୍ଥା ଗ୍ରହଣ କରିବା ଉପରେ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ।

ଶଙ୍ଖାରୀଠାରେ ମନୋଜ ଦାସଙ୍କ ବାସ ଭବନ, ରାଧାକୃଷ୍ଣ ମନ୍ଦିର, ପୁଷ୍କରିଣୀ ପୁନଃରୁଦ୍ଧାର, ମୁକ୍ତାକାଶ ରଙ୍ଗମଞ୍ଚ, ବ୍ୟାଖ୍ୟାନ କେନ୍ଦ୍ର, ପାଠାଗାର ଓ ଗ୍ୟାଲେରୀ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ମନୋଜ ଦାସଙ୍କ ସମ୍ପର୍କୀୟ ରଞ୍ଜିତା ଦାସ ଓ ସଂଘମିତ୍ରା ଦାସ, ପ୍ରକଳ୍ପ ନିମନ୍ତେ ଜମି ପ୍ରଦାନ କରିଥିବା ବ୍ୟକ୍ତି ବିଶେଷ ଓ ସମ୍ପୃକ୍ତ ଅଂଶୀଦାର ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ସେ ଆଲୋଚନା କରିଥିଲେ।

- Advertisement -

ଏହାପରେ ସେମାନେ ସହରସ୍ଥିତ ପୁରାତନ କୀର୍ତ୍ତିରାଜି ଲାଲ ଗୀର୍ଜା ବୁଲି ଦେଖିବା ସହ ଏହାର ସଂରକ୍ଷଣ ଓ ଉନ୍ନତିକରଣ ସମ୍ପର୍କରେ ଆଲୋଚନ କରିଥିଲେ। ଏଥିସହ ମନ୍ତ୍ରୀ ଶ୍ରୀ ପାତ୍ର ରୀତି ଯୁଗୀୟ କବି ତଥା ରସକଲ୍ଲୋଳର ରଚୟିତା ଦୀନକୃଷ୍ଣ ଦାସଙ୍କ ଜନ୍ମସ୍ଥାନ ମୁଣ୍ଡତୁଣ୍ଡିଆ ଗସ୍ତକରି ଥିଲେ। ସେଠାରେ କବିଙ୍କ ପ୍ରତିମୂର୍ତ୍ତି, ପାଠାଗାର ଓ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ କରାଯିବ । ଦୀନକୃଷ୍ଣ ଦାସଙ୍କ ଜନ୍ମସ୍ଥାନ ଉନ୍ନତିକରଣ ସଂକ୍ରାନ୍ତରେ ବାଲେଶ୍ୱର ଜିଲ୍ଲାପାଳ ପ୍ରାୟ ୧ କୋଟି ୬୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରଦାନ କରିଛନ୍ତି। ଏହି ଗସ୍ତ ଅବସରରେ ଇନଟାକ ସଂସ୍ଥାର ନିର୍ଦ୍ଦେଶକ ମଲ୍ଲିକା ମିତ୍ର, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପିନାକୀ ସ୍ୱାଇଁ, ପ୍ରତ୍ନତତ୍ତ୍ୱ ଅଧିକ୍ଷକ ଶ୍ରୀ ଅଶ୍ବିନୀ ଶତପଥୀ, ଜିଲା ସଂସ୍କୃତି ଅଧିକାରୀ ମନସ୍ବିନୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories