www.samajalive.in
Tuesday, December 9, 2025
16.1 C
Bhubaneswar

ଆଇଏଫଏଫଆଇରେ ପ୍ରତିଷ୍ଠିତ ପୁରସ୍କାରରେ ସମ୍ମାନିତ ହେବେ ଏହି ହଲିଉଡ଼ ଅଭିନେତା; ଘୋଷଣା କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ହଲିଉଡ଼ ଅଭିନେତା ତଥା ନିର୍ମାତା ମାଇକେଲ ଡଗ୍‌ଲସ୍‌ଙ୍କୁ ଗୋଆରେ ଭାରତ ପକ୍ଷରୁ ସମ୍ମାନିତ କରାଯିବ। ମାଇକେଲଙ୍କୁ ଗୋଆରେ ଆୟୋଜିତ ହେବାକୁ ଥିବା ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ(ଆଇଏଫଏଫଆଇ)ରେ ‘ସତ୍ୟଜିତ ରାୟ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର’ରେ ସମ୍ମାନିତ କରାଯିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟ୍ବିଟ୍‌ କରି ଏନେଇ ଘୋଷଣା କରିଛନ୍ତି।

ଅନୁରାଗ ଠାକୁର ଏକ୍ସ(ଟ୍ୱିଟର)ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଅନୁରାଗ ଏହି ପୋଷ୍ଟରେ ଲେଖିଛନ୍ତି, ‘‘ମୋତେ ଏହା ଘୋଷଣା କରିବାକୁ ବହୁତ ଖୁସି ଅନୁଭବ ହେଉଛି ଯେ, ପ୍ରଖ୍ୟାତ ହଲିଉଡ଼ ଅଭିନେତା ତଥା ନିର୍ମାତା ମାଇକେଲ ଡଗ୍‌ଲସ୍‌ଙ୍କୁ ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଗୋଆରେ ସମ୍ମାନଜନକ ସତ୍ୟଜିତ ରାୟ ଏକ୍ସିଲେନ୍ସ ଇନ୍‌ ଫିଲ୍ମ ଲାଇଫଟାଇମ୍‌ ପୁରସ୍କାରରେ ସମ୍ମାନିତ କରାଯିବ।’’

- Advertisement -

ସେ ଆହୁରି ଲେଖିଛନ୍ତି, ‘‘ଆମ ଦେଶ(ଭାରତ) ପ୍ରତି ତାଙ୍କର ଗଭୀର ଭଲପାଇବା ବିଷୟରେ ସମସ୍ତଙ୍କୁ ଜଣା। ଦକ୍ଷିଣ ଏସିଆର ପ୍ରମୁଖ ଚଳଚ୍ଚିତ୍ର ମହୋତ୍ସବକୁ ମାଇକେଲଙ୍କ ସହ ତାଙ୍କ ପତ୍ନୀ କ୍ୟାଥରିନ୍ ଜେଟା ଜୋନ୍ସ ଏବଂ ତାଙ୍କ ପୁଅଙ୍କୁ ସ୍ୱାଗତ କରିବାକୁ ଆମେ ଉତ୍ସାହିତ।’’ ଏଠାରେ ଉଲ୍ଲେଖଯୋଗ୍ୟ, ଏହା ହେଉଛି ଚଳଚ୍ଚିତ୍ର ମହୋତ୍ସବର ୫୪ତମ ସଂସ୍କରଣ। ନଭେମ୍ବର ୨୦ରୁ ନଭେମ୍ବର ୨୮ ମଧ୍ୟରେ ଗୋଆରେ ଏହା ଆୟୋଜିତ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories