www.samajalive.in
Monday, December 8, 2025
17.1 C
Bhubaneswar

ନୂତନ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଉଦଘାଟିତ

ଦେବଗଡ଼: ବାରକୋଟ ବ୍ଲକ ଦନ୍ତାରିବାହଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁସୁମକଟା ଗ୍ରାମରେ ଶୁକ୍ରବାର ଏକ ନୂଆ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଗୋବିନ୍ଦ ଚନ୍ଦ୍ର ବାଘଙ୍କ ତତ୍ୱାବଧାନ ଓ ଲଳିତ ମୋହନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲା କୃଷକ ସଂଘର୍ଷ ସଂଘର ସଭାପତି ସେମ ହେମ୍ରମ ଯୋଗଦେଇ ଫିତାକାଟି ପ୍ରାଥମିକ କୃଷି ସମବାୟ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କଣ୍ଟାପାଲି ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ହୃଦାନନ୍ଦ ସାହୁ, ସମ୍ପାଦକ ପଦ୍ମଲୋଚନ ବେହେରା ଓ ବଂଶୀଧର ସାହୁ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ନୂତନ ଭାବେ ସ୍ଥାପିତ ପ୍ରାଥମିକ କୃଷିସେବା ସମବାୟ ସମିତିର ସମ୍ପାଦକ ଦୀପକ କୁମାର ଭୋଇ, ଜିଲା କୃଷକ ସଂଘର୍ଷ ସଂଘର ସମ୍ପାଦକ ଗୁଣନିଧି ବେହେରା, ଦେବରାଜ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ବେଦବର ଭୋଇ, ବିରଞ୍ଚି ଭୋଇ, ଦୀନବନ୍ଧୁ ବେହେରା, ଭରତ ବେହେରା, ଟିକେଶ୍ୱର ବେହେରା, କୂଳମଣି ଦୀପ,ପ୍ରମୋଦ କୁମାର ନାୟକ, ତପନ କୁମାର ନାୟକ, ମଧୁସୂଦନ ମହାକୁଳ, ଲକ୍ଷ୍ମୀଧର ବେହେରା, ଦୈତାରୀ ଚରଣ ସାହୁ, ସତ୍ୟବାଦୀ ବେହେରା, ଗଙ୍ଗାରାମ ମୁଣ୍ଡା, ସରୋଜ କୁମାର ପ୍ରଧାନ ଓ ବାଣେଶ୍ୱର ଧଳଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଦନ୍ତାରୀବାହାଳ ଗ୍ରାମ ପଂଚାୟତ ସଦର ମହକୁମା ସମେତ ସମ୍ପୃକ୍ତ ଅଂଚଳର ବହୁ ଗ୍ରାମ ପୂର୍ବରୁ କଣ୍ଟାପାଲି ସେବା ସମବାୟ ସମିତି ଅଧିନରେ ରହିଥିବାରୁ ଧାନ ଓ ସାର ଆଦିର ପରିବହନ ଓ କ୍ରୟ ବିକ୍ରୟ କ୍ଷେତ୍ରରେ ବହୁ ସମସ୍ୟା ଲାଗି ରହିଥିଲା। ଏହି ସମସ୍ୟାର ସମାଧାନ ପାଇଁ ଦନ୍ତାରିବାହାଳ ଗ୍ରାମ ପଞ୍ଚାୟତରେ ଏକ ନୂଆ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଦୀର୍ଘ ବର୍ଷ ହେଲା ଦାବୂୀ ଜଣାଇ ଆସୁଥିଲେ। ପରବର୍ତ୍ତୀ ସମୟରେ ଦେବଗଡ଼ ଜିଲା କୃଷକ ସଂଘର୍ଷ ସଂଘ ସେମାନଙ୍କ ସ୍ୱରରେ ସ୍ୱର ମିଳାଇ ଏହି ଦାବୀକୁ ଦୃଢ ସମର୍ଥନ ଜଣାଇଥିଲା। ଫଳରେ ସରକାର ସେମାନଙ୍କ ଦାବୀକୁ ମାନି ନେବାସହ ଏକ ନୂତନ ପ୍ରାଥମିକ କୃଷି ସେବା ସମବାୟ କାର୍ଯ୍ୟାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିଲେ। ବର୍ତମାନ କୁସୁମକଟା ଗ୍ରାମରେ ଥିବା ଏକ ଅବ୍ୟବହୃତ ସ୍କୁଲ ଗୃହରେ ଅସ୍ଥାୟୀ ଭାବେ ଶୁଭାରମ୍ଭ ହୋଇଛି ପରବର୍ତୀ ସମୟରେ ସମବାୟ ବିଭାଗ ପକ୍ଷରୁ ସ୍ଥାୟୀ କୋଠା ନିର୍ମାଣ ପରେ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

- Advertisement -

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories