www.samajalive.in
Tuesday, December 9, 2025
17.1 C
Bhubaneswar

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବୁର୍ଲା: ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୁର୍ଲା ଭିମସାର ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସମ୍ବଲପୁର ଦ୍ୱିତୀୟ ଏମଏସିଟି ନ୍ୟାୟାଧିସ ଲୋକନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଦୁର୍ନିତି ନିବାରଣ ନ୍ୟାୟାଧିସ ଧନୁର୍ଦ୍ଧର ସେନାପତି ଏବଂ ଜୁଡ଼ିସିଆ ମାଜିଷ୍ଟ୍ରେଟ ସମ୍ବଲପୁର ଉପସ୍ତିତ ରହିଥିବା ବେଳେ ଭିମସାର ମାନସିକ ରୋଗ ବିଭାଗୀୟ ମୁଖ୍ୟ ସହଯୋଗୀ ପ୍ରଫେସର ବୀରେନ୍ଦ୍ର ନାରାୟଣ ନାୟକ, ମ୍ୟାନେଜର ଦିପୀକା ପ୍ରଧାନ, ସ୍ୱେଚ୍ଛାସେବୀ ନିହାଲ ସିଂ, ଦୁଷ୍ମନ୍ତ ବେହେରା ଓ ସମ୍ବଲପୁର ଏଲଏଡ଼ିସି ଅଙ୍କିତା ଗୁରୁ ପ୍ରମୁଖ ଉପସ୍ତିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ମାନସିକ ସ୍ୱାସ୍ଥ୍ୟ ଦିବସର ଲକ୍ଷ ଉପରେ ରୋଗୀ ଓ ସେମାନଙ୍କ ସମ୍ପର୍କିୟ ମାନଙ୍କୁ ଅବଗତ କରାଯାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୌମ୍ୟା ପ୍ରଧାନ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories