www.samajalive.in
Tuesday, December 9, 2025
16.1 C
Bhubaneswar

‘ଗୋପବନ୍ଧୁ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ’

ଭୁବନେଶ୍ୱର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନ ଥିଲା ଏ ଜାତିର ଜୀବନ୍ତ ଇତିହାସ। ନିର୍ଭୀକତା, ମାନବିକତା, ସ୍ୱାଭିମାନ ଓ ସ୍ୱାର୍ଥ ତ୍ୟାଗ ଆଦି ସୁଗୁଣ ଗୋପବନ୍ଧୁଙ୍କ ଜୀବନାଦର୍ଶ ଥିଲା। ଜାତୀୟ ଜୀବନଯାତ୍ରାରେ ନିଜକୁ ତିଳ ତିଳ କରି ବଳି ଦେବା ପାଇଁ ସେ ବଦ୍ଧପରିକର ଥିଲେ। ଓଡ଼ିଶାର ଅର୍ଦ୍ଧଶତାବ୍ଦୀର ଇତିହାସ ସହ ନିବିଡ଼ ଭାବେ ଯୋଡ଼ି ହୋଇ ରହିଥିବା ଋଷିପ୍ରାଣ ଗୋପବନ୍ଧୁଙ୍କ ଜୀବନ ଥିଲା ସେବା ଓ ତ୍ୟାଗର ଏକ ଅନିର୍ବାଣ ଯଜ୍ଞ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି।
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ସନ୍ଧ୍ୟାରେ ଜୟଦେବ ଭବନରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଉତ୍କଳମଣି ଗୋପବନ୍ଧୁଙ୍କ ଉତ୍ସର୍ଗୀକୃତ ଜନସେବା, ତ୍ୟାଗ ଓ ତିତିକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। ରାଜନୀତି, ସାମ୍ବାଦିକତା, ସମାଜସେବା ଏବଂ ସାହିତ୍ୟ ସାଧନା ଆଦି ପ୍ରତି କ୍ଷେତ୍ରରେ ସେ ଅଲିଭା ସ୍ୱାକ୍ଷର ଛାଡ଼ି ଯାଇଛନ୍ତି ବୋଲି ଶ୍ରୀ ସାମନ୍ତରାୟ କହିଥିଲେ। ସମ୍ମାନିତ ଅତିଥି ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସମ୍ପାଦିକା କସ୍ତୁରୀ ମହାପାତ୍ର କହିଥିଲେ ଉତ୍କଳମଣି ଓଡ଼ିଶାର ସମ୍ମାନ ବୃଦ୍ଧି, ଦାରିଦ୍ର୍ୟର ବିନାଶ ଓ ଶିକ୍ଷାର ପ୍ରସାର ପାଇଁ ସର୍ବଦା ସଂଗ୍ରାମ ଜାରି ରଖିଥିଲେ। ସେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟ ଓ ଅହିଂସାକୁ ପାଥେୟ କରି ତାଙ୍କ ଜୀବନ ପଥରେ ଅଗ୍ରସର ହୋଇଥିଲେ। ମୁଖ୍ୟବକ୍ତା ସମାଜସେବୀ ଦିଲୀପ ଶ୍ରୀଚନ୍ଦନ କହିଲେ ଯେ ଗୋପବନ୍ଧୁ ଥିଲେ ଧର୍ମପ୍ରାଣ, ତାଙ୍କ ପାଇଁ ଧର୍ମର ସ୍ୱରୂପ ଥିଲା ମାନବିକତା; ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବା ନିମନ୍ତେ ସେ ସକ୍ରିୟତାର ସହ କାର୍ଯ୍ୟ କରିଥିଲେ। ଉତ୍କଳମଣି ଯଥାର୍ଥରେ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ଥିଲେ ବୋଲି ସେ କହିଥିଲେ।
ସୂଚନା ଓ ଲୋକସମ୍ପର୍କ ବିଭାଗ ନି‌େ‌ର୍ଦଶକ ସରୋଜ କୁମାର ସାମଲ ପୌରୋହିତ୍ୟ କରି କହିଲେ ଗୋପବନ୍ଧୁଙ୍କ ପାଇଁ ରାଜନୀତି ଥିଲା ସେବା ଓ ତ୍ୟାଗ ବଳରେ ସମାଜର ସର୍ବାଙ୍ଗୀଣ ଉନ୍ନତି ପାଇଁ ନିରବଚ୍ଛିନ୍ନ ସଂଗ୍ରାମ। କଣ୍ଠଶିଳ୍ପୀ ଆଶାମୁକୁଳ ବାରିକ ଓ ସାଥୀ କଳାକାରଙ୍କ ଦ୍ୱାରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ରଚନାରୁ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories