ଭଲ ଫସଲ ପାଇଁ ବୈଦିକ ମନ୍ତ୍ର ଆବୃତ୍ତି କରିବାକୁ ପରାମର୍ଶ ଦେଲେ ଗୋଆର କୃଷି ବିଭାଗ!
ପାଣଜୀ .- ଭଲ ଫସଲ ପାଇଁ ବୈଦିକ ମନ୍ତ୍ର ଉପଯୋଗ ଓ ଆବୃତ୍ତି କରିବାକୁ ଗୋଆର କୃଷି ବିଭାଗ ପରାମର୍ଶ ଦେଇଛି । ଗୋଆ କୃଷି ବିଭାଗର ନିର୍ଦେଶର ନେଲସନ୍ ଫିଗୁଏରେଡୋ ଏହି ପରାମର୍ଶ ଦେଇଛନ୍ତି । ଦେଶର କେତକ ସ୍ଥାନରେ କସମିକ ଫାର୍ମିଂ କରି ଏହା ବେଶ୍ ଭଲ ଫଳ ମିଳିବା ପରେ ଏପରି ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି । ଏପରି କଲେ ଚାଷ ଜମିରେ ସାର ଓ କୀଟ ନାଶକର ପ୍ରୟୋଗ କମ୍ ହେଉଥିବା ସେଠାକାର କୃଷି ବିଭାଗ ସୂଚନା ଦେଇଛି । ଚାଷ ବେଳେ ଅତି କମ୍ରେ ୨୦ ଦିନ ବୈଦିକ ମନ୍ତ୍ର ଆବୃତ୍ତି କରିବା ପାଇଁ ସୂଚନା ଦିଆଯାଇଛି । ବିଶ୍ୱ ବ୍ରହ୍ମାଣ୍ଡରୁ କସମିକ୍ ରଶ୍ମୀକୁ ଏହା ଆକୃଷ୍ଟ କରୁଥିବା କୁହାଯାଇଛି । ଏକ ହଜାରଚାଷୀ ଧ୍ୟାନ ଓ ଅରଗାନିକ ଫାର୍ମିଂ କରି ଏହାର ସୁଫଳ ପାଇଥିବା ନେଲସନ୍ ଫିଗୁଏରେଡୋ କହିଛନ୍ତି ।
ଏଥିପାଇଁ ଗୋଆ ସରକାର ଶିବ ଯୋଗ ଫାଉଣ୍ଡେସନ୍ ଓ ବ୍ରହ୍ମକୁମରୀଙ୍କ ସହ ଆଲୋଚନା କରିଛି । କସମିକ ଫାର୍ମିଂରେ ଏହି ଦୁଇଟି ପ୍ରତିଷ୍ଠାନ ବେଶ୍ ସଫଳତା ହାସଲ କରିଥିବା କୁହାଯାଉଛି । ନିକଟରେ ଗୋଆର କୃଷି ମନ୍ତ୍ରୀ ବିଜୟ ସରଦେଶାଇ ଓ କୃଷି ନିର୍ଦେଶକ ନେଲସନ୍ ଫିଗୁଏରେଡୋ ହରିୟାନାର ଗୁରୁଗ୍ରାମରେ ଥିବା ଗୁରୁ ଶିବାନନ୍ଦ ଆଶ୍ରମରେ କରାଯାଉଥିବା କସମିକ ଫାର୍ମିଂକୁ ପରିଦର୍ଶନ କରିଛନ୍ତି । ଏହାଦ୍ୱାର ପରିବେଶ ବି ନଷ୍ଟ ହେବ ନାହିଁ ବୋଲି ଫିଗୁଏରେଡୋ ପ୍ରକାଶ କରିଛନ୍ତି ।