www.samajalive.in
Sunday, December 7, 2025
15.1 C
Bhubaneswar

ଦାଣ୍ଡିଆ ଧମାଲ; ଓଡିଶାର ସବୁଠାରୁ ବଡ ଦାଣ୍ଡିଆ ଲାଇଭ୍ “ଲେଟସ୍ ନାଚୋ”

ଭୁବନେଶ୍ୱର :  ଓଡିଶାର ସର୍ବବୃହତ୍ ଓ୍ବାଟର ପାର୍କ ଓ୍ବାଣ୍ଡର ୱାର୍ଲ୍ଡ ୱାଟର ପାର୍କ ଏବଂ ରିସର୍ଟ ମାଳତୀପାଟପୁର(ପୁରୀ ) ଠାରେ ପାଞ୍ଚ ଦିନ ପାଇଁ ଦାଣ୍ଡିଆ ଅନୁଷ୍ଠିତ ହେବ ହେବ ।  ଓ୍ବାଣ୍ଡର୍ ଓ୍ବାର୍ଲଡ ଓ୍ବାଟର ପାର୍କର ଅଧ୍ୟକ୍ଷ ନାରାୟଣ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଅକ୍ଟୋବର ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିବା ୩ ଟା ରୁ ୬ ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଗନ୍ତୁକଙ୍କ ନିମନ୍ତେ ଏକ ଅବିସ୍ମରଣୀୟ ଅନୁଭୂତି ଦେବ । ଏଥିରେ ଲାଇଭ୍ ଅଭିନେତା, ଡିଜେ , ଇଡିଏମ୍ ବିଟ୍, ସୁପ୍ରସିଦ୍ଧ ଗାୟକ ଏବଂ ସୁସ୍ୱାଦୁ ନବରାତ୍ର ସ୍ୱତନ୍ତ୍ର ଖାଦ୍ୟ ଉପଲବ୍ଧ ହେବ । ଏହି ସ୍ବତନ୍ତ୍ର ମୁହୁର୍ତକୁ ସାଉଁଟିବା ପାଇଁ ନିଜ ସ୍ଥାନ ସୁରକ୍ଷିତ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଭିଆଇପି ଟିକେଟ୍ ୧୦୪୯ ଏବଂ ନିୟମିତ ଟିକେଟ୍ ୭୯୯ ମୂଲ୍ୟରେରେ ଉପଲବ୍ଧ ହେବ । ଏହି ଟିକେଟ୍ ଅନଲାଇନରେ ମଧ୍ୟ ଉପଲବ୍ଧ ହେବ । ବୋଟିଂ ଏବଂ ଜୋର୍ବିଙ୍ଗ ଠାରୁ ଆରମ୍ଭ କରି ଆରାମଦାୟକ ମଦର କର୍ଣ୍ଣର ସହ, ସମସ୍ତ ୱାଟର ରାଇଡ୍ସ , ପ୍ରବେଶ, ପାର୍କିଂ ପର୍ଯ୍ୟନ୍ତ, ଭିଆଇପି ଟିକେଟ ଧାରୀ ମାନେ ପ୍ରକୃତ ପ୍ରିମିୟମ୍ ଅଭିଜ୍ଞତା ଉପଭୋଗ କରିବେ ।

  • ୫ ଦିନ ଧରି ଚାଲିବ
  • ଯୋଗଦେବେ ଅଭିନେତା, ଅଭିନେତ୍ରୀ
  • ଦାଣ୍ଡିଆ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ଉଠାଇବେ ଦର୍ଶକ

ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସମ୍ପର୍କରେ ଓ୍ବାଣ୍ଡର୍ ଓ୍ବାର୍ଲଡ ଓ୍ବାଟର ପାର୍କର ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ପାତ୍ର ସୂଚନା ଦେଇ କହିଥିଲେ ଯେ ଏହା ଏକ ଅନନ୍ୟ ଇଭେଣ୍ଟ ଯେଉଁଥିରେ ଉଭୟ ଦାଣ୍ଡିଆ ଉତ୍ସବର ସ୍ପନ୍ଦନ ଏବଂ ୱାଟର ପାର୍କର ସତେଜ ରୋମାଞ୍ଚ ଦୁନିଆର ସର୍ବୋତ୍ତମ ଉପଲବ୍ଧି ପ୍ରଦାନ କରିବ । ପାର୍ବଣର ରୋମାଞ୍ଚ ସହ ଖାଦ୍ୟର ପସରା ଯଥା ଆଳୁୁ ଟିକି ଚାଟ୍, ଧୋକଲା, କଚୋଡି, ମୁଗଡାଲ୍ ହାଲୱା, ଏବଂ ପନିର ଉତ୍ଥପମ୍ ପରି ସ୍ୱତନ୍ତ୍ର ନବରାତ୍ରୀ ଆନନ୍ଦ ସହିତ ଉତ୍ସବରେ ବୁଡ଼ନ୍ତୁ, ଯାହା ଓଡିଶାରେ ଅଦୃଶ୍ୟ ଓ ଅନନ୍ୟ ଅନୁଭୂତି ସୃଷ୍ଟି କରିବ । ଉତ୍ସବର ଆନନ୍ଦ ଏବଂ ଆକ୍ୱାଆଡଭେଞ୍ଚର ମିଶ୍ରଣରେ ନିଜକୁ ବୁଡ଼ାଇବାର ସୁଯୋଗରୁ ବଞ୍ଚିତ ହୁଅନ୍ତୁ ନାହିଁ । ଅନଲାଇନରେ ନବରାତ୍ରୀ ଟିକେଟ୍ ସୁରକ୍ଷିତ କରନ୍ତୁ କିମ୍ବା ଏହାର ଅଂଶ ହେବା ପାଇଁ ୧୮୦୦ ୧୨୦ ୦୦୬୬ ଓ ୮୧୪୪୯୧୬୯୪୬ କୁ କଲ୍ କରନ୍ତୁ  । ଓଡ଼ିଶାର ସବୁଠାରୁ ବଡ ଦାଣ୍ଡିଆ ଇଭେଣ୍ଟ ର ରଙ୍ଗରେ କେବଳ ୱାଣ୍ଡର ୱାର୍ଲ୍ଡ  ୱାଟର ପାର୍କ ରେ ରଙ୍ଗିନ୍ ହୁଅନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ର ଉପସଭାପତି ବିଭୁତେନ୍ଦ୍ର ମହାପାତ୍ର, ସାଧାରଣ ସଂମ୍ପାଦକ ରାଧାରମଣ ନାୟକ, ପ୍ରଦ୍ୟୁମ୍ନ ମିଶ୍ର ( ମୁଖ୍ୟ ସଂମ୍ପାଦକ,ଅମୃତ ନିୟୁଜ୍) ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories