www.samajalive.in
Monday, December 8, 2025
20.1 C
Bhubaneswar

ରିୱାର୍ଡ ନାମରେ ସାଇବର ଠକେଇ

ସମ୍ବଲପୁର : ଓଡିଶା ସରକାର ଯେତେ ସାଇବର ଠକ ମାନଙ୍କ ଠାରୁ ଜନତାଙ୍କୁ ରକ୍ଷା କରିବା ପାଇଁ ଯେତେ ସଚେତନତା କରିଲେ ସୁଦ୍ଧା ଲୋକେ ବାରମ୍ବାର ଠକାମିର ଶିକାର ହେଉଛନ୍ତି। ସାମାନ୍ୟ ଅସାବଧାନତା ଯୋଗୁଁ ସେମାନେ ବାରମ୍ବାର ସାଇବର ଠକେଇର ଶିକାର ହେଉଛନ୍ତି। ଏଭଳି ଏକ ମାମଲାରେ ଟାଉନ ଥାନା ଅର୍ନ୍ତଗତ ଏ ଏନ ଗୁହା ଲେନ ନିବାସୀ ସମୀର କୁମାର ସାମଲ ନାମକ ଜଣେ ବ୍ୟକ୍ତିଙ୍କ ନିକଟକୁ ୬ ହଜାର ଟଙ୍କା ରିୱାର୍ଡ ଜିତିଥିବାର ଏକ ବାର୍ତ୍ତା ଆସିଥିଲା। ଏଣୁ ବ୍ୟକ୍ତି ଜଣକ ଉକ୍ତ ବାର୍ତ୍ତାରେ ଥିବା ଲିଙ୍କକୁ କ୍ଲିକ କରି ଦେବାରୁ ସାଇବର ଠକ ମାନେ ତାଙ୍କର ମୋବାଇଲକୁ ନିୟନ୍ତ୍ରଣରେ ନେଇ ୩ଟି କାରବାର ଜରିଆରେ ସମୁଦାୟ ୪୯ ହଜାର ଟଙ୍କା ଗାୟବ କରି ଦେଇଥିଲେ। ସାଇବର ଠକେଇର ଶିକାର ହୋଇଥିବାର ଜାଣି ବ୍ୟକ୍ତି ଜଣକ ଟାଉନ ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ପୁଲିସ କରୁଛି। ଅପରପକ୍ଷରେ ସମ୍ବଲପୁର ସହର ତଥା ଆଖପାଖ ଅଞ୍ଚଳରେ ସାଇବର ସଚେତନତା ରଥ ବୁଲୁଥିବା ବେଳେ ଲୋକେ ସଚେତନ ହେବା ପରିବର୍ତ୍ତେ ସାଇବର ଠକ ମାନଙ୍କର ଜାଲରେ ପଡି ଠକେଇର ଶିକାର ହେଉଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories