www.samajalive.in
Monday, December 8, 2025
16.1 C
Bhubaneswar

ଧନର ଅଭାବ ହେଉଥିଲେ ଉତ୍ତର ଦିଗକୁ ଚାହିଁ କରନ୍ତୁ ଭୋଜନ

ଭୋଜନକୁ ଭଗବାନଙ୍କ ଏକ ଆଶୀର୍ବାଦ ବୋଲି କୁହାଯାଏ। ତେଣୁ ଅନ୍ନର ଅନାଦର ଆଦୌ କରନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ରରେ ଭୋଜନ ପ୍ରସ୍ତୁତି କରିବା ଠାରୁ ନେଇ ଭୋଜନ ଗ୍ରହଣ କରିବାର ମଧ୍ୟ କିଛି ବିଶେଷ ନିୟମ ରହିଛି। ଏହି ଉପାୟ ଆପଣାଇଲେ ସର୍ବଦା ମା’ଲକ୍ଷ୍ମୀଙ୍କ କୃପା ମିଳିବା ସହ କେବେ ଅନ୍ନର ଅଭାବ ରହିବ ନାହିଁ। ଜାଣନ୍ତୁ..
ରୋଷେଇ ଘରକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ। ସ୍ନାନ ନକରି ରୋଷେଇ ଘରେ ପ୍ରବେଶ କରନ୍ତୁ ନାହିଁ। କିମ୍ବା ରାତିରେ ପିନ୍ଧିଥିବା ବସ୍ତ୍ର ବଦଳାଇ ସକାଳେ ରୋଷେଇ ଘରେ ପ୍ରବେଶ କରନ୍ତୁ।
ଭୋଜନ ପ୍ରସ୍ତୁତି ସମୟରେ ସର୍ବଦା ଖୁସି ମନରେ ପ୍ରସ୍ତୁତ କରନ୍ତୁ। ଭୋଜନ ପ୍ରସ୍ତୁତି ସମୟରେ ଯେପରି ଆପଣ ପଛରେ ଦରଜା ନଥିବ ସେଥିପ୍ରତି ଧ୍ୟାନ ଦେବେ। ରୋଷେଇ ଘରେ ଯେପରି ପ୍ରଚୁର ସୂର୍ୟ୍ୟାଲୋକ ପଡୁଥିବା ଆବଶ୍ୟକ।
ଭୋଜନ ପ୍ରସ୍ତୁତି ସମୟରେ ମୁହଁ ସର୍ବଦା ପୂର୍ବ ଦିଗକୁ ରଖି ପ୍ରସ୍ତୁତ କରନ୍ତୁ। ପଶ୍ଚିମ ଦିଗକୁ ଚାହିଁ ଭୋଜନ ପ୍ରସ୍ତୁତ କଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି କୁହାଯାଏ।
ଘରେ ଧନର ଅଭାବ ହେଉଥିଲେ ଉତ୍ତର ଦିଗକୁ ଚାହିଁ ଭୋଜନ କରନ୍ତୁ। ଘରର ମୁଖ୍ୟଙ୍କୁ ସର୍ବଦା ଉତ୍ତର ଦିଗକୁ ଚାହିଁ ଭୋଜନ କରିବା ଉଚିତ। ଭୋଜନ କରିବା ପୂର୍ବରୁ ନିଜ ଇଷ୍ଟ ଦେବତାଙ୍କୁ ପ୍ରଣାମ ଜଣାନ୍ତୁ। ଗାଈକୁ ପ୍ରତିଦିନ ଏକ ରୁଟି ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଘରେ ଟଙ୍କାପଇସାର ଅଭାବ ହୋଇନଥାଏ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ। ଅଇଁଠା ବାସନକୁ ଅଧିକ ସମୟ ଯାଏଁ ପକାଇ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ଖାଦ୍ୟ ଖାଇବା ଟେବୁଲ ଥିଲେ, ଏହା ଉପରେ କିଛି ଖାଦ୍ୟ ଜିନିଷ ନିଶ୍ଚୟ ରଖନ୍ତୁ।
ଭୋଜନ ସମୟରେ ଟିଭି ଓ ମୋବାଇଲ ଆଦୌ ବ୍ୟବହାର କରନ୍ତୁ ନାହିଁ। ଭୋଜନ ପରେ ଖାଦ୍ୟ ଖାଉଥିବା ସ୍ଥାନକୁ ସଫା କରନ୍ତୁ।
ଭୋଜନ ପରେ ମା’ଲକ୍ଷ୍ମୀଙ୍କୁ ଧନ୍ୟବାଦ ଜଣାନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories