ଡେସ୍କ: କ୍ୟାବିନେଟ ନିଷ୍ପତ୍ତି କ୍ରମେ ଆଜି କେନ୍ଦ୍ର ସରକାର କୃଷ୍ନା ଜଳ ବିବାଦ ଟ୍ରିବ୍ୟୁନାଲ-୨ ସର୍ତ୍ତାବଳୀକୁ ଅନୁମୋଦନ ଦେଇଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିଚାର ପାଇଁ ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଅଧିନିୟମ, ୧୯୫୬ ଅନୁଯାୟୀ କୃଷ୍ନା ଜଳ ବିବାଦ ଟ୍ରିବ୍ୟୁନାଲ-୨ ରେଫରେନ୍ସ ସର୍ତ୍ତାବଳୀକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ବିବାଦର ସମାଧାନ ଉଭୟ ରାଜ୍ୟରେ ବିକାଶର ନୂଆ ରାସ୍ତା ଖୋଲିବ।
देश की करोड़ों माताओं-बहनों को आज आदरणीय प्रधानमंत्री श्री @narendramodi जी की ओर से बड़ी सौग़ात दी गई है।
हाल ही में रक्षा बंधन के अवसर गैस सिलेण्डर के दामों में कटौती की गई थी। ₹200 की छूट के साथ रसोई गैस के सिलेंडर की कीमत 1100 से कम होकर 900 रह गई थी। उज्जवला योजना के… pic.twitter.com/q0tjDW4cUB
— Anurag Thakur (@ianuragthakur) October 4, 2023
ସେହିଭଳି ଶ୍ରୀ ଠାକୁର ସୂଚନା ଦେଇଛନ୍ତି ଯେ ତେଲେଙ୍ଗାନାରେ ସମ୍ମକ୍କା ସରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସେଣ୍ଟ୍ରାଲ ୟୁନିଭରସିଟି ଆକ୍ଟ, ୨୦୦୯ରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ମୁଲୁଗୁ ଜିଲ୍ଲାରେ ସ୍ଥାପିତ ହେବାକୁ ଥିବା ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ୮୮୯ କୋଟି ତାଙ୍କ ବ୍ୟୟ ବରାଦ କରାଯାଇଛି।
ଏହାଛଡା କ୍ୟାବିନେଟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଟିନାନ୍ସି ଆଇନ ୨୦୨୩, ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ଟିନାନ୍ସି ଆଇନ ୨୦୨୩ ଏବଂ ଲାକ୍ଷାଦ୍ଵୀପ ଟିନାନ୍ସି ଆଇନ ୨୦୨୩ ପାଇଁ ନିୟମ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଏହାଛଡା ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି ଯେ ସରକାର ରାଷ୍ଟ୍ରୀୟ ହଳଦୀ ବୋର୍ଡ ଗଠନ କରିବେ। ସେ କହିଛନ୍ତି ଯେ ହଳଦୀର ବ୍ୟବହାର ଓ ରପ୍ତାନି ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ସର୍ବଭାରତୀୟ ସ୍ତରରେ ନୂତନ ବଜାରର ବିକାଶରେ ରାଷ୍ଟ୍ରୀୟ ହଳଦୀ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ତେଲେଙ୍ଗାନାର ଚାଷୀଙ୍କ ଦାବି ପୂରଣ କରିବ ବୋଲି ସେ କହିଛନ୍ତି।



