www.samajalive.in
Tuesday, December 9, 2025
16.1 C
Bhubaneswar

କଲମପୁର ମଣ୍ଡଳ ବିଜେପିର ସାଂଗଠନିକ ବୈଠକ

କଲମପୁର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରତ୍ୟେକ ଦଳ ନିଜ ନିଜର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ କର୍ମୀଙ୍କ ନିକଟତର ହେଉଛନ୍ତି। କିଏ କେଉଁ ପ୍ରକାରେ ନିଜ କର୍ମୀଙ୍କୁ ବୁଝାଇବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ଗୁରୁବାର ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ବିଜୟ ଦେବ ସାହୁଙ୍କ ଉପସ୍ଥିତିରେ କଲମପୁର କାଳୀକୃଷ୍ଣ ମନ୍ଦିର ପରିସରରେ ଏକ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। କଲମପୁର ମଣ୍ଡଳ ସଭାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କଲମପୁର ମଣ୍ଡଳର କୃଷକ ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ତଫସିଲଭୁକ୍ତ ଜାତି ମୋର୍ଚ୍ଚା ଏବଂ ଜନ ଜାତି ମୋର୍ଚ୍ଚା ଆଦି ଶାଖା ସଂଗଠନର ପୁନଃ ଗଠନ କରାଯାଇଛି। ଯୁବନେତା ହିତେଶ ପାତ୍ରଙ୍କୁ କଲମପୁର ମଣ୍ଡଳର ଯୁବ ମୋର୍ଚ୍ଚାର ଦାୟିତ୍ୱ ଦିଆଯାଇଥିବା ବେଳେ ରାଜକୁମାର ମାଝୀଙ୍କୁ ତଫସିଲଭୁକ୍ତ ଜନଜାତି ଏବଂ ସାବତ୍ରୀ ନାଗଙ୍କୁ ମହିଳା ମୋର୍ଚ୍ଚାର ଦାୟିତ୍ୱ ଦିଆଯାଇଛି।

ବିଶେଷ କରି ଯୁବ ବର୍ଗଙ୍କୁ ଅଗ୍ରାଧିକାର ଦେଇ ଦଳ କଲମପୁର ଅଂଚଳରେ ତାର ସ୍ଥିତି ଜାହିର କରିବା ପାଇଁ ପ୍ରୟାସ ଆରମ୍ଭ କରିଛି। ଆଜିର ଏହି ବୈଠକରେ ବର୍ଷିୟାନ ନେତା ଖିରୋଦ ଚନ୍ଦ୍ର ନାଏକ, ଘନଶ୍ୟାମ ନାଏକ, ସୁମନ୍ତ କୁମାର ପଣ୍ଡା, ରବୀନ୍ଦ୍ର ନାଏକ, ସୁଧିର ରାଉତ, ସୁଧିର ବାଗ, ହିତେଶ ପାତ୍ର, ସୌରଭ କୁମାର ବେହେରା, ହରେକୃଷ୍ଣ ସାହୁ, ମକୁନ୍ଦ ତେଣ୍ଡକାରୀ, ଦୈତାରୀ ବାରିକ, ସାଂସଦଙ୍କ ରୋଗୀ କଲ୍ୟାଣ ସମିତିର ପ୍ରତିନିଧି ନୀଳକଣ୍ଠ ସୁନାନୀ ପ୍ରମୁଖ କର୍ମଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତି ରହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories