www.samajalive.in
Wednesday, December 10, 2025
18.1 C
Bhubaneswar

ବାଂଶଡା ସେତୁ ଏବଂ ସଂଯୋଗୀ କରଣ ରାସ୍ତାରେ ଫାଟ

ଧାମରା:ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ ବାଂଶଡା ଠାରେ ୨୯କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇ ଥିବା ମନ୍ତେଇ ସେତୁ ଏବଂ ସଂଯୋଗୀ କରଣ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। ଏହି ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀଙ୍କ ଇଙ୍ଗିତରେ ସଂପୃକ୍ତ ସିଂଲା କନଷ୍ଟ୍ରକସନ କମ୍ପାନୀ ଆଜି କିଛି ଶ୍ରମିକ ମାନଙ୍କୁ ପଠାଇ ଫାଟିଥିବା ସ୍ଥାନ ମାନଙ୍କରେ ପିଚୁ ପକାଇ ତାଳି ପକାଇବା ଆରମ୍ଭ କରିଥିଲା। ଏହାକୁ ଜନସାଧାରଣ ଘୋର ବିରୋଧ କରିବା ସହ ସଂପୃକ୍ତ ଠିକାଦାରଙ୍କ ଶ୍ରମିକ ଏବଂ ସୁପରଭାଇଜରଙ୍କୁ ନେଇ ଏକ ଘରେ ଅଟକ ରଖି କାର୍ଯ୍ୟ ବନ୍ଦ କରିଦେଇଥିଲେ। କେଉଁ ପରିସ୍ଥିତିରେ ସଂପୃକ୍ତ ଠିକାଦାର କିଛି ଶ୍ରମିକମାନଙ୍କୁ ପଠାଇ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏ ସମ୍ପର୍କରେ ଜାଣିପାରିଲେ ନାହି ତାହା ତଦନ୍ତ ସାପେକ୍ଷ। ଏଠାରେ ଉଲ୍ଲେଖ ଯୋଗ୍ୟ ୨୦୧୫ ମସିହାରେ ନିର୍ମାଣ ଆରମ୍ଭ ହୋଇଥିବା ବାଂଶଡା ସେତୁର ଲମ୍ବ ୨୫୫ ମିଟର ଓସାର ୨୦ ମିଟର , ଉତ୍ତର ପଟ ସଂଯୋଗୀ କରଣ ରାସ୍ତାର ଲମ୍ବ ୪୪୫ ମିଟର ହୋଇଥିବା ବେଳେ ଦକ୍ଷିଣ ପଟ ରାସ୍ତାର ଲମ୍ବ ୨୫୫ମିଟରରେ ନିର୍ମାଣ ଶେଷ ହୋଇଥିଲା। ସମୁଦାୟ ସେତୁ ପାଇଁ ରାଜ୍ୟ ସରକାର ନାବାର୍ଡ ସହାୟତାରେ ୨୮.୨୯ କୋଟି ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ।

ଏହି କାର୍ଯ୍ୟ ଚଳିତ ବର୍ଷ ମେ ମାସରେ ସଂପୂର୍ଣ୍ଣ ହୋଇଥିବା ବେଳେ ମେ’ ମାସରେ ୫ଟି ସଚିବ ଆସି ଏହି ସେତୁ ଲୋକାର୍ପଣ କରିଥିଲେ। ହେଲେ ସେତୁ ନିର୍ମାଣ ସରିବା ପୂର୍ବରୁ ଏହି ସେତୁର ଉତ୍ତର ପାର୍ଶ୍ବରେ ହୋଇଥିବା ଢଳେଇ ରେ ଫାଟ ସୃଷ୍ଟି ହେବା ସହ ଉତର ପଟରେ ଥିବା ସଂଯୋଗୀ କରଣ ରାସ୍ତା ରେ ୫୦ଫୁଟରୁ ଅଧିକ ଲମ୍ବର ଫାଟ ସୃଷ୍ଟିି ହୋଇଥିଲା। ଚତୁରତାର ସହ ଏହି ଫାଟ ଉପରେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ଇଙ୍ଗିତରେ ସଂପୃକ୍ତ ଠିକାଦାର ସିମେଂଟ ଲଗାଇ ଫାଟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ମାତ୍ର ଏହି ଫାଟ ଦିନକୁ ଦିନ ବଢିବାରେ ଲାଗିଛି।

- Advertisement -

ଆଜି ଏହି ତାଳିପକା କାର୍ଯ୍ୟକୁ ନେଇ ବିଭାଗୀୟ ଅଧିକାରୀ କିଛି ମତ ରଖିବାକୁ ମନା କରିଦେଇଥିବା ବେଳେ ଏହାକୁ ନେଇ ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା ଦିଗମ୍ବର ଦାସ ନିଜର ପ୍ରତିକ୍ରିୟା ରଖିବା ସହ ଫାଟ ସୃଷ୍ଟି ହୋଇଥିବା ସ୍ଥାନକୁ ସମ୍ପୂର୍ଣ୍ଣ ଭାବେ ଖୋଳି ଏହାକୁ ପୁନଃ ଭଲ ଭାବେ ରୋଲିଂ କରିବା ସହ ଡଳେଇ ସ୍ଥାନକୁ ମଧ୍ୟ ଭାଙ୍ଗି ନୂତନ ଡଳେଇ କରିବା ଜରୁରୀ ବୋଲି କହିଛନ୍ତି ନଚେତ ଆଗାମୀ ଦିନରେ ଏହି ସେତୁ କେଉଁ ମୁହୁର୍ତରେ ସଂପୂର୍ଣ ଧସିଯାଇ କେତେ ଯେ ଜନଜୀବନ ନଷ୍ଟ ହେବ ସେଥିପାଇଁ ଜିଲାପ୍ରଶାସନ ହିଁ ଦାୟୀ ରହିବେ ବୋଲି କହିଛନ୍ତି।

ଏଥିସହ ଏହାର ପୁନଃ ମରାମତି ଠିକ ଭାବେ ନହେଲେ କଂଗ୍ରେସ ରାଜ ରାସ୍ତାଜୁ ଓହ୍ଲାଇବ ବୋଲି ସେମାନେ ଏ ବିଷୟରେ ୫ଟି ଶଚିବ, କେନ୍ଦ୍ରାଞ୍ଚଳ ରାଜଶ୍ୱ ଆୟୋଗ,ଭଦ୍ରକ ଜିଲାପାଳ, ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀ ମୁଖ୍ୟଙ୍କୁ ଅବଗତ କରାଇଛନ୍ତି। ଏହି ସେତୁ ମଧ୍ୟ ଦେଇ ଆଦାନୀ ବନ୍ଦରରୁ ଭାରିଯାନ ଚଳାଚଳ କରିବାକୁ ଆରମ୍ଭ ହୋଇଗଲେ କେଉଁ ମୁହୁର୍ତରେ ଏହି ସେତୁ ଚାନ୍ଦବାଲିର ଗେମନ ସେତୁ ଭଳି ସଂପୂର୍ଣ ଦବିଯିବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକଟ କଲେଣି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories