www.samajalive.in
Monday, December 8, 2025
20.1 C
Bhubaneswar

ଶାହାରୁଖଙ୍କ ଓଡ଼ିଶା ଗସ୍ତକୁ ବିରୋଧ : କାଳି ଫିଙ୍ଗିବାକୁ ଧମକ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱ କପ୍‍ ୨୦୧୮ର ଉଦଘାଟନୀ ଉତ୍ସବରେ ଶାହାରୁଖ୍ ଖାନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶାହାରୁଖଙ୍କ ଏହି ଗସ୍ତକୁ ସ୍ଥାନୀୟ ସଙ୍ଗଠନ କଳିଙ୍ଗ ସେନା  ବିରୋଧ କରିଛି। ୧୭ ବର୍ଷର ପୁରୁଣା ବିବାଦକୁ ନେଇ ସେନା ପକ୍ଷରୁ ଏହି ବିରୋଧାଭାଷ ସୃଷ୍ଟି ହୋଇଛି।

- Advertisement -

ସୂଚନା ଅନୁସାରେ, ଏହି ବିବାଦ ୨୦୦୧ରେ ମୁକ୍ତିଲାଭ କରିଥିବା ଶାହାରୁଖଙ୍କ ଚଳଚ୍ଚିତ୍ର ‘ଅଶୋକା’ ସହ ଜଡ଼ିତ। ଶାହାରୁଖଙ୍କ ନାଁ’ରେ ଅଭିଯୋଗ ରହିଛି ଯେ, ତାଙ୍କର ଏହି ଚଳଚ୍ଚିତ୍ରରେ ଓଡ଼ିଶାବାସୀଙ୍କୁ ଅପମାନିତ କରାଯାଇଥିଲା। କଳିଙ୍ଗ ସେନାର ମୁଖ୍ୟ ହେମନ୍ତ ରଥ ଏହି ଘଟଣାରେ ଶାହାରୁଖ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ସେ ନଭେମ୍ବର ୧ତାରିଖରେ ପୁଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିଯୋଗ ଅନୁସାରେ, ଶାହାରୁଖ୍‍ ଖାନ୍‍ ଓଡ଼ିଶାବାସୀଙ୍କ ଭାବନାକୁ ଆଘାତ ପହଞ୍ଚାଇଛନ୍ତି। ଚଳଚ୍ଚିତ୍ରରେ କଳିଙ୍ଗ ଯୁଦ୍ଧକୁ ଭୁଲ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି। ଯଦ୍ୱାରା ଉତ୍କଳୀୟ ସଂସ୍କୃତିର ଅବମାନନା ହୋଇଛି। ନଭେମ୍ବର ୧୧ ତାରିଖରେ କଳିଙ୍ଗ ସେନା ଏହି ପ୍ରସଙ୍ଗରେ ଏକ ପଦଯାତ୍ରା ମଧ୍ୟ କରିଥିଲା, ଯେଉଁଥିରେ କିଙ୍ଗ୍‍ ଖାନଙ୍କ କୁଶ ପୁତ୍ତଳିକ ଦାହ କରାଯାଇଥିଲା।

ଶାହାରୁଖଙ୍କ ଉପରେ କାଳି ଫିଙ୍ଗିବାକୁ ଧମକ :

କଳିଙ୍ଗ ସେନାର ସାଧାରଣ ସମ୍ପାଦକ ନିହାର ପାଣୀ କହିଛନ୍ତି, “ଆମେ ଶାହାରୁଖ୍‍ ଖାନଙ୍କ ମୁହଁକୁ କାଳି ଫିଙ୍ଗିବା ପାଇଁ ବନ୍ଦୋବସ୍ତ କରିଛୁ। ବିମାନବନ୍ଦରରୁ ଷ୍ଟାଡିୟମ୍‍ ମଧ୍ୟରେ ତାଙ୍କୁ କଳା ପତାକା ପ୍ରଦର୍ଶନ କରାଯିବ। ଆମ କାର୍ଯ୍ୟକର୍ତ୍ତା ରାସ୍ତା ସାରା ଜଗି ରହିବେ”।

ସୂଚନା ଅନୁସାରେ, କିଙ୍ଗ୍‍ ଖାନ-କରୀନା କପୁରଙ୍କ ଅଭିନିତ ଚଳଚ୍ଚିତ୍ର ‘ଅଶୋକା’ ୨୦୦୧ରେ ମୁକ୍ତିଲାଭ କରିଥିଲା। ବିରୋଧ ପ୍ରଦର୍ଶନ କାରଣରୁ ଏହି ଚଳଚ୍ଚିତ୍ର ରାଜ୍ୟର ପ୍ରେକ୍ଷାଳୟ ମାନଙ୍କରେ ୭ଦିନରୁ ଅଧିକ ଚାଲିପାରି ନଥିଲା।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories