www.samajalive.in
Monday, December 8, 2025
27.1 C
Bhubaneswar

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଁଖାଇ ପର୍ବରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସମୃଦ୍ଧତା କାମନା କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ନୁଆଖାଇ ହେଉଛି ଏକ କୃଷି ମହୋତ୍ସବ ଯାହାକି ଓଡିଶାର ପଶ୍ଚିମ ଜିଲ୍ଲାରେ ପାଳନ କରାଯାଏ ଯେଉଁଠାରେ କୃଷି କ୍ଷେତ୍ରର ପ୍ରଥମ ଶସ୍ୟ ଦେବୀଙ୍କୁ ଅର୍ପଣ କରାଯାଏ। ଏହି ଅବସରରେ ପିଲାମାନେ ବଡମାନଙ୍କ ଆଶୀର୍ବାଦ ଲୋଡିଥାନ୍ତି। ବିଶେଷ କରି ସମ୍ବଲପୁର, ବରଗଡ, ଝାରସୁଗୁଡା, ବଲାଙ୍ଗୀର, କଳାହାଣ୍ଡି, ନୁଆପଡା, ନବରଙ୍ଗପୁର, ଦେଓଗଡ ଏବଂ ସୁନ୍ଦରଗଡରେ ଏହି ପର୍ବ ପାଳନ କରାଯାଏ।

ରାଷ୍ଟ୍ରପତି ଟ୍ୱିଟ କରିଛନ୍ତି,’କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତ ଦେଶବାସୀ, ବିଶେଷ କରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା! ଧାନ ଅମଳର ଆନନ୍ଦ ଉଲ୍ଲାସ ଭିତରେ ଏହି ପର୍ବ ପାଳିତ ହୋଇଥାଏ। ନୂଆଁଖାଇ ଆମକୁ ଭ୍ରାତୃତ୍ୱ ଓ ପାରସ୍ପରିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଥାଏ। ଏହି ଶୁଭ ଅବସରରେ ଦେଶ ତଥା ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି।’

- Advertisement -

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories